କନକ ବ୍ୟୁରୋ: ଲେଜର ସ୍କାନିଂ କହିବ ରତ୍ନଭଣ୍ଡାରର ସତ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଗତକାଲିଠାରୁ ଆରମ୍ଭ ହୋଇଛି । ଆଜି ବାହାର କାନ୍ଥର ଲେଜର ସ୍କାନିଂ କରାଯାଉଛି । ଦକ୍ଷିଣ ପାଶ୍ୱର୍ କାନ୍ଥର ଅନୁଧ୍ୟାନ କରାଯାଉଛି । ପ୍ରଥମ ଦିନରେ ଅମୁହାଁ ଦେଉଳର ଉତର-ପଶ୍ଚିମ ଓ ଉତର-ପୂର୍ବର ୩୭ଟି ପଏଂଟରେ ଲେଜର ସ୍କାନିଂ ଡକୁମେଂଟେସନ ଶେଷ ହୋଇଛି । ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ ଉତୋଳନ କରାଯାଉଛି । କେତେ ଜାଗାରେ ଫାଟ ରହିଛି, ଏହା କେଉଁ ଅବସ୍ଥାରେ ରହିଛି, ସବୁର ଟିକିନିକି ଯାଂଚ କରାଯାଉଛି । ଏହା ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ତଥ୍ୟ ଦେବ ଓ ରିପୋର୍ଟ ପରେ ପରବର୍ତୀ ନିଷ୍ପତି ନିଆଯିବ ।