କନକ ବ୍ୟୁରୋ: ସରିଲା ରତ୍ନଭଣ୍ଡାର ଲେଜର ସ୍କାନିଂ । ମୋଟ ୪୫ ପଏଂଟରେ ଫଟୋ ଉତୋଳନ କରାଯାଇ ଡକ୍ୟୁମେଂଟେସନ୍ କରାଯାଇଛି । ରତ୍ନଭଣ୍ଡାର ବାହାର ଲେଜର ସ୍କାନିଂ ପରେ ଏହାର ରିପୋର୍ଟ ତର୍ଜମା କରାଯିବ । ଆଉ ଆବଶ୍ୟକ ପଡ଼ିଲେ, ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନେଇ ଭିତର ରତ୍ନଭଣ୍ଡାର ମଧ୍ୟ ଯାଂଚ କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ସୁପରିନଟେଣ୍ଡେଂଟ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅସୁରକ୍ଷିତ ଓ ଯାଂଚର ଆବଶ୍ୟକ ଅଛି କି ନାହିଁ, ସେ ନେଇ ଆକଳନ କରିହେବ ନାହିଁ । ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Advertisment