ଇଣ୍ଡିଆନ୍ ଏୟାରଫୋର୍ସର ଲେଜର ଗାଇଡେଡ୍ ବମ୍ ! ଯାହା ପାକିସ୍ତାନ ମାଟିରେ ଆତଙ୍କୀ କ୍ୟାମ୍ପକୁ କରିଦେଲା ଖିନଭିନ୍ ।

479

କନକ ବ୍ୟୁରୋ : ଫେବ୍ରୁଆରୀ ୧୪ ରେ ହୋଇଥିଲା ପୁଲୱାମା ଆକ୍ରମଣ । ସହିଦ ହୋଇଥିଲେ ୪୦ ଯବାନ । ଏହାର ୧୨ ଦିନ ପରେ ଅର୍ଥାତ୍ ଫେବ୍ରୁଆରୀ ୨୬ରେ ଭାରତ ଦେଇଛି କଡା ଜବାବ । ପାକ୍ ଅଧିକୃତ କାଶ୍ମୀରରେ ଇଣ୍ଡିଆନ୍ ଏୟାରଫୋର୍ସର ଲେଜର ଗାଇଡେଜ୍ ବୋମା ମାଡରେ,  ଜୈସ୍ ଏ ମହମ୍ମଦର ଆତଙ୍କୀ ଗଡ ନଷ୍ଟ ହୋଇଯାଇଛି । ନିପାତ୍ ହୋଇଛନ୍ତି ୩୫୦ ଆତଙ୍କୀ । ଭାରତୀୟ ସେନାର ମୁଖ୍ୟ ଅସ୍ତ୍ର ଲେଜର ଗାଇଡେଡ୍ ବମ୍ ଦେଇଛି ଏପରି ସଫଳତା । ଆସନ୍ତୁ ଜାଣିବା କଣ ଏହି ଲେଜର ଗାଇଡେଡ୍ ବମ୍ ।

ଲେଜର ଗାଇଡେଡ୍ ବମ୍ । ଆଧୁନିକ ଯୁଦ୍ଧରେ ଅମୋଘ ଅସ୍ତ୍ର । ସମୁଦ୍ର ପତ୍ତନରୁ ହଜାର ହଜାର କିମି ଉଚ୍ଚରୁ ଅଭେଦ୍ୟ ଟାର୍ଗେଟକୁ ନିଶାନା । କୌଣସି ଟାର୍ଗେଟକୁ ଏଭଳି ଭେଦ କରିବାରେ ଦକ୍ଷତା କେବଳ ରହିଛି ଲେଜର ଗାଇଡେଡ୍ ପାଖରେ । ସଠିକ୍ ସ୍ଥାନରେ ସଠିକ୍ ନିଶାନା । ଶତ୍ରୁକୁ ନିପାତ କରିବାରେ ଏହି ଅସ୍ତ୍ର ବେଶ୍ ସିଦ୍ଧହସ୍ତ ।

ତେବେ ଆସନ୍ତୁ ଜାଣିବା ଜଣ ଏହି ଲେଜର ଗାଇଡେଡ୍ ବମ୍ ? ବିଶ୍ୱର ପ୍ରମୁଖ ରାଷ୍ଟ୍ର କାହିଁକି ଏହି ଲେଜର ଗାଇଡେଡ୍ ବମକୁ ଦେଉଛନ୍ତି ଗୁରୁତ୍ୱ । ଲେଜର ଗାଇଡେଡ୍ ବମ୍ । ସଂକ୍ଷେପରେ ଏଲଜିବି । ସମୟ ବଦଳିବା ସହିତ ଆଧୁନିକ ରାଷ୍ଟ୍ର ଗୁଡିକର ଯୁଦ୍ଧର ଅବିଛେଦ୍ୟ ଅଂଗ ପାଲଟି ଗଲାଣି ଏହି ବୋମା । ୧୯୬୦ ମସିହାରେ ପ୍ରଥମେ ଏହାର ବ୍ୟବହାର କରିଥିଲା ଆମେରିକା । ଭିଏତନାମ ଯୁଦ୍ଧରେ ଏହାର ଶକ୍ତି ପରୀକ୍ଷା କରିଥିଲା ଆମରିକା ।

ଏହା ପରେ ୧୯୬୪ରେ ଏଥିରେ ଅନେକ ପରିବର୍ତନ ଆଣିଥିଲା ଆମେରିକା ଏୟାର ଫୋର୍ସ । ଆଉ ସମୟ ସହିତ ଏଥିରେ ପରିବର୍ତନ ଆସିଛି । ଦିନକୁ ଦିନ ଲେଜର ଗାଇଡେଡ୍ ବମକୁ ଅଧିକ ସ୍ପଷ୍ଟ ଓ ସଠିକ୍ କରିବାକୁ  କରାଯାଉଛି ପରିବର୍ତନ । ଏହା ମଧ୍ୟରେ ଖଞ୍ଜା ଯାଇଥାଏ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ । ଯାହାକ ୁ ନିୟନ୍ତ୍ରଣ କରି ଫାଇଟର ଜେଟ୍ ରୁ ଏହାକୁ ନିକ୍ଷେପ କରାଯାଇ ଅତି କଠୋର ବା ଅଭେଦ୍ୟ ଟାର୍ଗେଟକୁ ସଫଳତାର ସହ ଭେଦ କରାଯାଇଥାଏ । ଏହାକୁ ନିକ୍ଷେପ କରାଯିବା ବେଳେ ସ୍ଥଳ ଭାଗରୁ ହେଉ କିମ୍ୱା ନିକ୍ଷେପ କରାଯାଉଥିବା ବିମାନରୁ, ଏହାକୁ ନିୟନ୍ତ୍ରଣ କରାଯାଇଥାଏ ।

ମାତ୍ର ୯ ବର୍ଷ ତଳେ ଭାରତୀୟ ପ୍ରତିରକ୍ଷା ବିଭାଗରେ ସାମିଲ ହୋଇଥିଲା ଲେଜର ଗାଇଡେଡ୍ ବମ୍ । ୨୦୧୦ ରେ ସୁଦର୍ଶନ ନାମକ ଲେଜର ଗାଇଡେଡ୍ ବମ୍ କୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରିଥିଲା ଡିଆରଡିଓ । ବର୍ତମାନ ଏହି ଲେଜର ଗାଇଡେଡ୍ ବମ୍ ରେ ବି ଅନେକ ଉନ୍ନତି ଆସିଲାଣି । ଇଲେକ୍ଟ୍ରୋନିକ୍ସ ଯନ୍ତ୍ରର ସ୍ଥାନ ନେଲାଣି ଜିପିଏସ । ଏହା ଜରିଆରେ କୌଣସି କାରଣରୁ ଟାର୍ଗେଟ୍ ଥରେ ମିସ୍ ହେଲେ , ଜିପିଏସ ଜରିଆରେ ଏହାକୁ ପୁଣି ନିୟନ୍ତ୍ରଣ କରି ଟାର୍ଗେଟ୍ ସେଟ୍ କରାଯାଇପାରିବ । ଏବେ ଲେଜର ଗାଇଡେଡ୍ ବମ୍ ରେ ରହୁଛି ରୋବଟ୍ । ଯାହା ଲେଜର ଲାଇଟ୍ ନିର୍ଦ୍ଦେଶକୁ ଗ୍ରହଣ କରିଥାଏ । ଆଉ ଆଲୋକର ନିର୍ଦ୍ଦେଶକୁ ସଠିକ୍ ଭାବେ ପାଳନ କରେ । ଯେଉଁଥିରେ ତ୍ରୁଟି ଆଶଙ୍କା ବହୁତ୍ କମ୍ ରହିଥାଏ । ଫେବ୍ରୁଆରୀ ୨୬ ତାରିଖରେ ଭାରତ ପିଓକେରେ ଯେଉଁ ଆକ୍ରମଣ କରିଥିଲା ଏଥିରେ ଏହି ଲେଜର ଗାଇଡେଡ୍ ବମ୍ ହିଁ ନେଇଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।