କନକ ବ୍ୟୁରୋ : ଆମେରିକାର ଲସ ଭେଗସରେ ଗୁଳିକାଣ୍ଡ ଘଟିଛି । ଏଥିରେ ୨୦ ଜଣ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଲସ ଭେଗସର ଏକ ହୋଟେଲରେ ଏହି ଗୁଳିକାଣ୍ଡ ହୋଇଛି । ଗୁଳିକାଣ୍ଡ ସମୟରେ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା । ପୋଲିସର ପାଲଟା ଜବାବରେ ଜଣେ ସୁଟର ପ୍ରାଣ ହରାଇଛି । ତେବେ ଏହା ଆତଙ୍କବାଦୀ ଆକ୍ରମଣ ନା ନୁହେଁ ସେ ନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ ।
ଗୁଳିକାଣ୍ଡ ସମୟରେ ସଙ୍ଗତ ପରିବେଷଣ କରାଯାଉଥିବାରୁ ହଠାତ କେହି କିଛି ଜାଣିପାରିନଥିଲେ । ଆକ୍ରମଣ ସମୟରେ ୩ ଜଣ ଆକ୍ରମଣକାରୀ ଉପସ୍ଥିତ ଥିବା ଜଣାପଡିଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । କିଛି ଲୋକଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ସଂପୃକ୍ତ ଅଂଚଳରୋତଙ୍କ ଦେଖାଦେଇଛି । ଗୁଳିକାଣ୍ଡ ପରେ ସଂପୃକ୍ତ ଅଂଚଳରେ ଲୋକେ ଭୟରେ ଦୌଡାଦୌଡି ଆରମ୍ଭ କରିଥିଲେ ।
ଆକ୍ରମଣକାରୀ ଆକ୍ରମଣ ପାଇଁ ରବିବାର ରାତିକୁ ବାଛିଥିଲେ । ଏହି ସମୟରେ ହୋଟେଲରେ ଅଧିକ ଲୋକ ରହିଥାନ୍ତି । ଲସ ଭେଗସ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳକୁ ନ ଯିବା ଲାଗି ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି । ପୂରା ଅଂଚଳକୁ ସିଲ କରାଯାଇଛି । ସ୍ଥାନୀୟ ଅଫିସ ଓ ଅନ୍ୟ ଅନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ, ଶହେରୁ ଅଧିକ ଗୁଳି ଚାଲିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/las-vegus.jpg)