ହାଇଦ୍ରାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିଶ୍ୱର ସବୁଠୁ ବଡ କାର୍ଗୋ ବିମାନ । ତିମି ମାଛ ପରି ରୂପରେଖ ।

344

କନକ ବ୍ୟୁରୋ: ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠୁ ବଡ କାର୍ଗୋ ବିମାନ । ମଙ୍ଗଳବାର ଏୟାରବସ୍ ବେଲୁଗା ଅବତରଣ କରିଛି । ଇଏ ଏଭଳି ଏକ କାର୍ଗୋ ବିମାନ ଯେଉଁଥିରେ ଆମେରିକାର କେନେଡି ସ୍ପେସ୍ ସେଣ୍ଟରକୁ ସାଟେଲାଇଟ୍ ବୁହା ହୋଇ ପଠାଯାଇଛି । ସାଟେଲାଇଟକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ କେବଳ ଏହି କାର୍ଗୋ ବିମାନ ଦ୍ୱାରା ନିଆଯିବା ସମ୍ଭବ ।

ଏହି କାର୍ଗୋ ବିମାନର ରୂପ ଏଭଳି ରହିଛି କି ଏହା ଏକ ବଡ ହ୍ୱିଲ ମାଛ ପରି ଦେଖାଯାଏ । ଏହା ଏକମାତ୍ର ଟୁଇନ ଇଞ୍ଜିିନ ୱାଇଡବର୍ଡି ଜେଟ୍ ଏୟାରଲାଇନର ଅଟେ । ଏହା ପୂର୍ବରୁ ଦୁନିଆର ସବୁଠୁ ବଡ କାର୍ଗୋ ବିମାନର ନାଁ ଥିଲା ଆଣ୍ଟୋନଭ ଏନ-୨୨୫ ମିରିଆ । ତେବେ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଏହା ଧ୍ୱଂସ ପାଇଥିଲା । ରୁଷିଆ ଭାଷାରେ ବେଲୁଗାର ଅର୍ଥ ହେଉଛି ହ୍ୱିଲ । ୧୯୯୫ ମସିହାରେ ରୁଷ ସେନା ଏହାକୁ ନିର୍ମାଣ କରିଥିଲା । ୪୦ହଜାର ଟନ ଜିନିଷ ସହ ୨ହଜାର ୭୭୯ କିଲୋମିଟର ଯାତ୍ରା କରିପାରେ । ୧୪୭ ଫୁଟର ଦୁଇଟି ୱିଣ୍ଡୋ ରହିଛି । ୫୬ଫୁଟ ଉଚ୍ଚତା ଅଟେ । ଏହାର ଓଜନ ୮୬ହଜାର ୫ଶହ କିଲୋଗ୍ରାମ ଅଟେ ।