କ୍ରିକେଟ ବିଶ୍ୱକପ ବଢ଼ାଇଲା ଟିଭିର ଚାହିଦା, ଟିଭି ବିକ୍ରି ୧୦୦% ବୃଦ୍ଧି

Advertisment
କ୍ରିକେଟ ବିଶ୍ୱକପ ବଢ଼ାଇଲା ଟିଭିର ଚାହିଦା, ଟିଭି ବିକ୍ରି ୧୦୦% ବୃଦ୍ଧି

source : Hindustan Times

ବର୍ଷା କାରଣରୁ ବିଶ୍ୱକପ କ୍ରିକେଟରେ ଅନେକ ମ୍ରାଚ ରଦ୍ଦ ହୋଇଯାଇଛି । ତଥାପି ବି ଭାରତୀୟଙ୍କ କ୍ରିକେଟ୍ ନିଶା ଯାଇନି । ଦେଶରେ ବର୍ତ୍ତମାନ କ୍ରିକେଟ୍ ବିଶ୍ବକପର ତାତି ଜୋରଦାର ଅନୁଭୂତ ହେଉଛି। ବିଶେଷକରି ଭାରତ ସହିତ ଥିବା ମ୍ୟାଚଗୁଡ଼ିକୁ ଦେଖିବା ପାଇଁ ଟିଭି ଆଗରେ ଦର୍ଶକଙ୍କ ଭିଡ଼ ଅଧିକ ମାତ୍ରାରେ ହେଉଛି। ଏହା ଟିଭି କମ୍ପାନୀଙ୍କୁ ଲାଭ ପହଞ୍ଚାଇଛି। ସୋନି, ସାମସଙ୍ଗ, ଏଲଜି ଏବଂ ପାନାସୋନିକ୍ ଭଳି ଟିଭି ନିର୍ମାତାମାନେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଟିଭି ବିକ୍ରି କରୁଛନ୍ତି।

publive-image

ଗତବର୍ଷର ଏହି ସମୟ ତୁଳନାରେ ଚଳିତବର୍ଷ ଟିଭି ବିକ୍ରିରେ ଏଭଳି ବୃଦ୍ଧି ଦେଖାଦେଇଛି। ବିଶେଷକରି ବୃହତ୍ ସ୍କ୍ରିନ୍ ସାଇଜ୍ (୫୫ ଇଞ୍ଚରୁ ଅଧିକ)ର ଟିଭି ବିକ୍ରିରେ ଏଭଳି ବୃଦ୍ଧି ଦେଖାଦେଇଛି। ଏହି ବିକ୍ରି ମଧ୍ୟ କେବଳ ବଡ଼ ବଡ଼ ମେଟ୍ରୋ ଗୁଡ଼ିକରେ ସୀମିତ ନାହିଁ, ଛୋଟ ସହରରେ ମଧ୍ୟ ବିକ୍ରି ବୃଦ୍ଧି ଘଟିଛି। ନକ୍ ଆଉଟ୍ ପର୍ଯ୍ୟାୟକୁ ଦଳ ଗୁଡ଼ିକ କଲେ ଆଗାମୀ ଦିନରେ ଟିଭି ବିକ୍ରି ଆହୁରି ବୃଦ୍ଧି ପାଇବ ବୋଲି କମ୍ପାନୀ ଗୁଡ଼ିକ ଆଶା ରଖିଛନ୍ତି। ସୋନି ଇଣ୍ଡିଆ ବ୍ରାଭିଆ ବିଜନେସ୍ ହେଡ୍ ସଚିନ ରାଏ କହିଛନ୍ତି, ପ୍ରାୟ ୧୦ ଦିନ ପୂର୍ବେ ବିଶ୍ବକପ୍ ଆରମ୍ଭ ହେଲା। ଇତିମଧ୍ୟରେ ୫୫ ଇଞ୍ଚ ସାଇଜ୍ ଟିଭି ବିକ୍ରିରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଗତବର୍ଷ ତୁଳନାରେ ଏହା ଦୁଇଗୁଣ ଅଧିକ ବୋଲି ସେ କହିଛନ୍ତି। ସେହିଭଳି ସାମସଙ୍ଗ ଇଣ୍ଡିଆର ବରିଷ୍ଠ ଉପସଭାପତି (କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ବିଜନେସ୍) ରାଜୀବ ଭୂତାନୀ କୁହନ୍ତି, ଭାରତ ବିଶ୍ବକପ୍ ମ୍ୟାଚରେ ଯଦି ଭଲ ପ୍ରଦର୍ଶନ କରେ ତାହେଲେ ଟିଭି ବିକ୍ରି ଆହୁରି ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe