ବ୍ରହ୍ମପୁରର ଗହଣା ଦୋକାନାରେ ବଡ ଧରଣର ଚୋରି : ବଡ ମୁଖ୍ୟ ରାସ୍ତାରେ ଥିବା ଦୋକାନରୁ ୨ କିଲୋ ୮ ଶହ ଗ୍ରାମର ଗହଣା ଲୁଟିନେଲେ ଦୁବୃର୍ତ୍ତ; ଛାତ କଣା କରି ଲୁଟ୍, ସିସିଟିଭି ଆଧାରରେ ତଦନ୍ତ ଜାରି

264

କନକ ବ୍ୟୁରୋ : ଛାତ ତାଡ଼ି ଲୁଟିନେଲେ ୨ କିଲୋରୁ ଅଧିକ ସୁନାଗହଣା । ବ୍ରହ୍ମପୁର ବଡ଼ ବଜାରରେ ଅଂଚଳରେ ଥିବା ଏକ ସୁନା ଦୁକାନରୁ ଏଭଳି ଅଭିନବ ଉପାୟରେ  ଲୁଟ କରିଛନ୍ତି ଦୁବୃର୍ତ୍ତ । ବଡ଼ ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଲୁଟେରା । ଦୋକାନରେ ଥିବା ୨କିଲୋ ୮ଶହ ଗ୍ରାମ ସୁନା ଅଂଳକାରକୁ ଲୁଟ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ।

ଖବର ପାଇ ବଡ଼ ବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ଦୋକାନର ଦ୍ୱିତୀୟ ମହଲାର ଛାତ ଭାଙ୍ଗି ଭିତରକୁ ପଶି ଚୋରୀ କରିଛନ୍ତି । ଦୋକାନ ଓ ଆଖପାଖରେ ଥିବା ସିସିଟିଭ ଫୁଟେଜକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।