ଦିଲ୍ଲୀରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା ଫେଲ : ୫ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍

ଏନକାଉଣ୍ଟର ପରେ ଶକରପୁର ଅଂଚଳରୁ ଗିରଫଦାରି

160

କନକ ବ୍ୟୁରୋ : ଦିଲ୍ଲୀରେ ୫ ଆତଙ୍କବାଦୀ ଗିରଫ । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ମହାନଗରରୀ ଶକରପୁର ଅଂଚଳରୁ ଏନକାଉଂଟର ପରେ ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ପଞ୍ଜାବର ୨ ଜଣ ଓ କାଶ୍ମୀରର ୩ ଜଣ ଅଛନ୍ତି । କୁହାଯାଉଛି, ଏମାନେ ସମସ୍ତେ ଇସଲାମିକ ଓ ଖଲିସ୍ତାନ ସଙ୍ଗଠନ ସହ ଜଡିତ ଅଛନ୍ତି । ଦୀର୍ଘଦିନ ଧରି ଏମାନଙ୍କ ବିରୋଧରେ ଅପରେସନ ଚାଲିଥିଲା । ଏମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

aଏ ନେଇ ଦିଲ୍ଲୀ ପୁଲିସ ଆଉ କିଛି ସମୟ ପରେ ସାମ୍ବାଦିକ ସମ୍ମିଳନୀ କରିବ । କୌଣସି ସୁତ୍ରରୁ ଖବର ମିଳିଥିଲା , ଏହି ଆତଙ୍କବାଦୀମାନେ ଶକରପୁର ଅଂଚଳରେ ଲୁଚି ରହିଛନ୍ତି । ଏହାପରେ ଦିଲ୍ଲୀ ପୁଲିସ ଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀମାନେ ପୁଲିସ ଉପରକୁ ଗୁଳିମାଡ କରିଥିଲେ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ୫ ଆତଙ୍କାବାଦୀଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ ।