କନକ ବ୍ୟୁରୋ : ଗହଣା ଦୋକାନରେ ସିଟି, ଜିଏସଟିର ଚଢାଉ ଘଟଣା । ଭୁବନେଶ୍ୱର ବିଏମସି ଭବାନୀ ମଲରେ ଥିବା ତ୍ରିଜଲ ଏଂଟପ୍ରାଇଜେସ ବିରୋଧରେ ଜିନିଷ ଦେବାରେ ଠକେଇ ଅଭିଯୋଗ ହୋଇଛି । ମିଥ୍ୟା ତଥ୍ୟ ଦେଇ ଟିକସ ଫାଙ୍କିଥିବା ଅଭିଯୋଗରେ ଚାଲିଛି ରେଡ । ଗହଣା ଦୋକାନ ଉପରେ ସିଟି ଜିଏସଟି ବିଭାଗ ବଡ଼ ଧରଣର ଚଢ଼ାଉ ଚାଲିଛି । ୧୨ ସହରର ୧୭ଟି ଜୁଏଲାରୀ ଦୋକାନ ଉପରେ ଚାଲିଛି ଚଢାଉ । ସୁନାର ଓଜନ ଓ ମାନ ପରୀକ୍ଷା କରାଯାଉଛି । ଜିଏସଟି ଠକେଇ ହୋଇଛି ନା ନାହିଁ ତାହା ଯାଂଚ କରୁଛି ବିଭାଗ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ବରଗଡ ଭଳି ବିଭିନ୍ନ ଜିଲ୍ଲାରେ ଏହି ଚଢାଉ କରାଯାଉଛି ।
ଗହଣା ଦୋକାନ ଉପରେ ବଡ଼ ଧରଣର ଚଢ଼ାଉ : ୧୨ ସହରର ୧୭ଟି ଜୁଏଲାରୀ ଦୋକାନ ଉପରେ ଚାଲିଛି ରେଡ୍
/kanak/media/post_attachments/wp-content/uploads/2021/10/vlcsnap-2021-10-04-14h07m05s262.png)