ବଡ଼ ଧରଣର ଲୁଟ ଉଦ୍ୟମ ପଣ୍ଡ : ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତ ବୃଦ୍ଧି ଓ ସ୍ଥାନୀୟ ଯୁବକଙ୍କ ସାହାସିକତାରୁ ଧରାପଡ଼ିଗଲା ଲୁଟେରା

Advertisment
ବଡ଼ ଧରଣର ଲୁଟ ଉଦ୍ୟମ ପଣ୍ଡ : ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତ ବୃଦ୍ଧି ଓ ସ୍ଥାନୀୟ ଯୁବକଙ୍କ ସାହାସିକତାରୁ ଧରାପଡ଼ିଗଲା ଲୁଟେରା

କନକ ବ୍ୟୁରୋ : ଫେଲ ମାରିଲା ବ୍ୟାଙ୍କ ଲୁଟ ଉଦ୍ୟମ । ଲୁଟେରାକୁ କାବୁ କରିବା ସହ ନିସ୍ତୁକ ମାଡ ମାରି ପୋଲିସ ଜିମା ଦେଲେ ଲୋକେ । ୮ ଲକ୍ଷ ୬୩ ହଜାରର ନଗଦ ଟଙ୍କା, ସୁନା ଅଳଙ୍କାର ଉଦ୍ଧାର କରିବା ସହ ଖେଳନା ବନ୍ଧୁକ ଓ ଛୁରୀ ଜବତ କଲା ପୋଲିସ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଥିବା ପଞ୍ଚମୁଖୀ  ଆପାର୍ଟମେଣ୍ଟ ପରିସରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଲୁଟ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଲୁଟେରା ଉମାଶଙ୍କର ପରିଡ଼ା ଗତକାଲି ସନ୍ଧ୍ୟାରେ ବ୍ୟାଙ୍କ ଭିତରେ ପଶି ପ୍ରଥମେ ବ୍ୟାଙ୍କର ପିଅନ ଗଙ୍ଗାଧର ବେହେରାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପରେ କର୍ମଚାରୀମାନଙ୍କୁ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ ଭିତରୁ ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ । କର୍ମଚାରୀମାନେ ଚୋର ଚୋର ବୋଲି ଚିଲ୍ଲାଇବାରୁ ସ୍ଥାନୀୟ ଯୁବକମାନେ ଲୁଟେରାକୁ ପିଛା କରି କାବୁ କରିଥିଲେ ।

ସୂଚନା ଅନୁଯାୟୀ, ବ୍ୟାଙ୍କ ବନ୍ଦ ହେବା ସମୟରେ ହଠାତ୍ ଉମା ବ୍ୟାଙ୍କ ଭିତରେ ପଶିଥିଲା ଏବଂ ଏକ ଛୁରି ବାହାର କରି ସେଠାରେ କାର୍ଯ୍ୟରତ ପିଅନ ଗଙ୍ଗାଧର ବେହେରାଙ୍କ ବେକକୁ ଭୁସି ଦେଇଥିଲା। ଏହା ଦେଖି କର୍ମଚାରୀମାନେ ଚିତ୍କାର କରିବାରୁ ସେ ସମସ୍ତଙ୍କୁ ଚୁପ୍‌ ରହିବାକୁ କହିଥିଲା। ଯଦି କେହି ପାଟି କରନ୍ତି, ତେବେ ଗଙ୍ଗାଧରଙ୍କୁ ଜୀବନରୁ ମାରିଦେବ ବୋଲି ଧମକାଇଥିଲା। ଏହାପରେ ଉମା ଶାଖା ପରିଚାଳକ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କୁ ସେ ରେକର୍ଡ ରୁମ୍‌ ଭିତରେ ପୂରାଇ ବାହାର ପଟୁ ବନ୍ଦ କରିଦେଇଥିଲା। ଏହାପରେ କ୍ୟାସିୟର୍‌ଙ୍କ କ୍ୟାସ ଡ୍ର’ରେ ଥିବା ୮ଲକ୍ଷ ଟଙ୍କା ଓ ଲକ୍‌ରରେ ଥିବା ସବୁ ସୁନାଗହଣାକୁ ଏକ ବ୍ୟାଗ୍‌ରେ ପୂରାଇ ବ୍ୟାଙ୍କ ଭିତରୁ ବାହାରି ଯାଇଥିଲା। ତେବେ ଉମା ଯିମା ମାତ୍ରେ ବ୍ୟାଙ୍କ କର୍ମଚାରୀମାନେ ଝରକା ବାଟେ ଚୋରଚୋର ବୋଲି ଚିତ୍କାର କରିଥିଲେ।

ଏହାସହ ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ଯୁବକମାନଙ୍କୁ ଫୋନ୍‌ କରି ଘଟଣା ସଂପର୍କରେ ଜଣାଇ ଦେଇଥିଲେ। କର୍ମଚାରୀଙ୍କ ପାଟି ଶୁଣି ଆପାର୍ଟମେଣ୍ଟ ପରିସରରେ ଖେଳୁଥିବା କିଛି ଯୁବକ ଓ ଜଗନ୍ନାଥପୁର ଗ୍ରାମର ଯୁବକମାନେ ମିଳିତ ଭାବେ ଉମାକୁ ପିଛା କରିଥିଲେ । ସମସ୍ତଙ୍କୁ ଚକ୍‌ମା ଦେଇ ଉମା ଗହୀର କାଦୁଅ ବିଲ ଭିତରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ଯୁବକମାନେ ତାକୁ ଘେରି ଯାଇ କାବୁ କରିବା ସହ ନିର୍ଧୁମ୍‌ ଛେଚିଥି‌ଲେ । ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଏବଂ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ୍‌ ବିଶ୍ବାଳ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଲୁଟେରାକୁ ଉଦ୍ଧାର କରି ଥାନାକୁ ନେଇଥିଲେ । ଏହାସହ ଛୁରାମାଡ଼ରେ ଆହତ ଗଙ୍ଗାଧରଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ପରେ ପୁଲିସ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଥାନାକୁ ନେଇ ଏ ସଂପର୍କରେ ପଚରାଉଚରା ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe