ସମବାୟ ସମିତିରେ ବଡ ଧରଣର ଅନିୟମିତତା । ଚାଷୀଙ୍କ ଅଜାଣତରେ ଉଠାଯାଇଛି ଲକ୍ଷଲକ୍ଷ ଟଙ୍କା

289

କନକ ବ୍ୟୁରୋ : କଟକ ଜିଲ୍ଲା ଆଠଗଡ ବ୍ଲକ ଗୁରୁଡିଝାଟିଆ ସମବାୟ ସମିତିରେ ବଡ ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ । ଚାଷୀଙ୍କ ଖାତାରେ ଉଠା ଯାଇଛି ଲକ୍ଷ ଲକ୍ଷ ଟଙ୍କା, ହେଲେ ଚାଷୀ ଜାଣିନାହାନ୍ତି । ପାଇଛନ୍ତି ୫ ହଜାର କି ୧୦ ହଜାର ଟଙ୍କା, ହେଲେ ତାଙ୍କ ନାଁରେ ଉଠାଯାଇଛି ଲକ୍ଷ , ଲକ୍ଷ ଟଙ୍କା । ସେଥିରୁ ଅଧିକାଂଶ ଋଣ ଖାଲି ଚେକରେ ଦସ୍ତଖତ କରାଇ ଅନ୍ୟ ଖାତାକୁ ଟଂକା ପଠାଇ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ ।

ଜଣେ କି ଦୁଇଜଣ ନୁହଁ ଅନେକ ଚାଷୀଙ୍କ ସହିତ ହୋଇଛି ଏପରି ଚଂଚକତା । ଅଭିଯୋଗ ପରେ ୬ ଜଣ କର୍ମଚାରୀ ସସପେଣ୍ଡ ହୋଇଛନ୍ତି । ଏତିକିରେ ଅଟକିଯାଇଛି କାର୍ଯ୍ୟାନୁଷ୍ଠାନ । କାହା ଇଙ୍ଗିତରେ କର୍ମଚାରୀମାନେ ଏଭଳି ଦୁର୍ନୀତି କରିଛନ୍ତି ସେ ନେଇ ଅଧିକ ଖୋଳତାଡ କରିବାକୁ ଦାବି ହୋଇଛି । ଅଭିଯୋଗକାରୀ ପୁରା ଘଟଣାରେ ସ୍ଥାନୀୟ ବିଧାୟକ ତଥା ବର୍ତମାନ ସମବାୟ ମନ୍ତ୍ରୀ ଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ ଏହି ପ୍ରସଙ୍ଗରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।