ବିପୁଳ ପରିମାଣର ଚୋରା ପିଡିଏସ ଚାଉଳ ଓ ଗହମ ଜବତ : ଲୋକଙ୍କଠୁ କମ ମୂଲ୍ୟରେ ପିଡିଏସ ସାମଗ୍ରୀ କିଣି ବଜାରରେ ଅଧିକ ଟଙ୍କାରେ କରାଯାଉଥିଲା ବିକ୍ରି

 ଦୁଇ ଭାଇଙ୍କୁ ଗିରଫ କଲା ପୁଲିସ

139

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କ ଗୋଦାମ ଘରେ ଚଢାଉ କରି ବିପୁଳ ପରିମାଣର ପିଡ଼ିଏସ ସାମଗ୍ରୀ ଜବତ କରିଛି ତାରାସିଂ ପୋଲିସ । ୨୦ କ୍ୱିଂଟାଲ ଚାଉଲ, ୨କ୍ୱିଂଟାଲ ଗହମ ଗଛିତ ଥିବା ବେଳେ ପୋଲିସ ଚଢଉ କରି ପିଡ଼ିଏସ ସାମଗ୍ରୀ ଜବତ କରିଛି । ଜବତ ପିଡ଼ିଏସ ସାମଗ୍ରୀର ଆନୁମାନିକ ମୁଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ବୋଲି ଜଣାପଡ଼ିଛି ।

କମ୍ ମୁଲ୍ୟ ଲୋକଙ୍କ ଠାରୁ ପିଡ଼ିଏସ ସାମଗ୍ରୀ କିଣି ଏହାକୁ ପୁନଃପ୍ୟାକିଂ କରି ଅଧିକ ଟଙ୍କାରେ ବିକ୍ରି କରାଯାଉଥିଲା । ଏନେଇ ପୋଲିସ ସୁଚନା ପାଇବା ପରେ ଚଢାଉ କରି ଗଛିତ ସାମଗ୍ରୀ ଜବତ କରି ଏଥିରେ ସମ୍ପୃକ୍ତ ଥିବା ଦୁଇ ଭାଇଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଏ.ସନ୍ତୋଷ କୁମାର ପାତ୍ର, ବାଉରୀ ପାତ୍ର । ଏମାନେ ଦୀର୍ଘଦିନ ହେଲା ଚୋରାରେ ପିଡ଼ିଏସ ସାମଗ୍ରୀ ବନାଉଥିଲେ ।