କନକ ବ୍ୟୁରୋ : ଗଂଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କ ଗୋଦାମ ଘରେ ଚଢାଉ କରି ବିପୁଳ ପରିମାଣର ପିଡ଼ିଏସ ସାମଗ୍ରୀ ଜବତ କରିଛି ତାରାସିଂ ପୋଲିସ । ୨୦ କ୍ୱିଂଟାଲ ଚାଉଲ, ୨କ୍ୱିଂଟାଲ ଗହମ ଗଛିତ ଥିବା ବେଳେ ପୋଲିସ ଚଢଉ କରି ପିଡ଼ିଏସ ସାମଗ୍ରୀ ଜବତ କରିଛି । ଜବତ ପିଡ଼ିଏସ ସାମଗ୍ରୀର ଆନୁମାନିକ ମୁଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ବୋଲି ଜଣାପଡ଼ିଛି ।
କମ୍ ମୁଲ୍ୟ ଲୋକଙ୍କ ଠାରୁ ପିଡ଼ିଏସ ସାମଗ୍ରୀ କିଣି ଏହାକୁ ପୁନଃପ୍ୟାକିଂ କରି ଅଧିକ ଟଙ୍କାରେ ବିକ୍ରି କରାଯାଉଥିଲା । ଏନେଇ ପୋଲିସ ସୁଚନା ପାଇବା ପରେ ଚଢାଉ କରି ଗଛିତ ସାମଗ୍ରୀ ଜବତ କରି ଏଥିରେ ସମ୍ପୃକ୍ତ ଥିବା ଦୁଇ ଭାଇଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଏ.ସନ୍ତୋଷ କୁମାର ପାତ୍ର, ବାଉରୀ ପାତ୍ର । ଏମାନେ ଦୀର୍ଘଦିନ ହେଲା ଚୋରାରେ ପିଡ଼ିଏସ ସାମଗ୍ରୀ ବନାଉଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/32-4.jpg)