କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ତାଳଚେରରୁ  ବିପୁଳ ପରିମାଣର  ବାଣ ଜବତ କରାଯାଇଛି । ବେଆଇନ ଭାବେ ଗଛିତ ଥିବା ବେଳେ ପ୍ରଶାସନ ପକ୍ଷରୁ ରେଡ କରାଯାଇ ଏହାକୁ ଜବତ କରାଯାଇଛି । ତାଳଚେର ବଜାର ନିକଟରେ ଟିମା ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ  ବେଆଇନ ଭାବେ ବି ବାଣ ମହଜୁଦ ଥିବା  ପ୍ରଶାସନ କୌଣସି ସୁତ୍ରରୁ ଜାଣିବାକୁ ପାଇଥିଲା ।

Advertisment

ଏଥିପାଇଁ ଗତକାଲି ରାତି ୯ଟାବେଳେ ଚଢାଉ ହୋଇଥିଲା ।  ଚଢାଉ ବେଳେ  ବିପୁଳ ପରିମାଣର ବାଣ ବିକ୍ରି ଉଦ୍ଦେଶ୍ୟରେ ଆସିଥିବା ଓ ମହଜୁଦ ଥିବା ଦେଖିବାକୁ ମିଳିିଥିଲା  । ସୂଚନା ଅନୁସାରେ ପ୍ରାୟ ଗୋଟିଏ ଟ୍ରକ ବାଣ ଜବତ ହୋଇଛି ।