କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ତାଳଚେରରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ବେଆଇନ ଭାବେ ଗଛିତ ଥିବା ବେଳେ ପ୍ରଶାସନ ପକ୍ଷରୁ ରେଡ କରାଯାଇ ଏହାକୁ ଜବତ କରାଯାଇଛି । ତାଳଚେର ବଜାର ନିକଟରେ ଟିମା ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ବି ବାଣ ମହଜୁଦ ଥିବା ପ୍ରଶାସନ କୌଣସି ସୁତ୍ରରୁ ଜାଣିବାକୁ ପାଇଥିଲା ।
ଏଥିପାଇଁ ଗତକାଲି ରାତି ୯ଟାବେଳେ ଚଢାଉ ହୋଇଥିଲା । ଚଢାଉ ବେଳେ ବିପୁଳ ପରିମାଣର ବାଣ ବିକ୍ରି ଉଦ୍ଦେଶ୍ୟରେ ଆସିଥିବା ଓ ମହଜୁଦ ଥିବା ଦେଖିବାକୁ ମିଳିିଥିଲା । ସୂଚନା ଅନୁସାରେ ପ୍ରାୟ ଗୋଟିଏ ଟ୍ରକ ବାଣ ଜବତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-04-10h40m16s221.png)