ଭାରତର ବିଭିନ୍ନ ରାଜ୍ୟରେ ବର୍ଷୁଛି ନିଆଁ । ନାସାର ଫଟୋରେ ଭୟଙ୍କର ଅଗ୍ନିବର୍ଷାର ଚିତ୍ର । ଜଙ୍ଗଲରେ ନିଆଁ ଲାଗି ଅଗ୍ନିବଳୟ ସୃଷ୍ଟି ହୋଇଥିବା ବୈଜ୍ଞାନିକଙ୍କ ଅନୁମାନ

137

କନକ ବ୍ୟୁରୋ: ଭାରତର ବିଭିନ୍ନ ରାଜ୍ୟରେ ଅଗ୍ନି ବର୍ଷୁଛି । ନାସାର ଫଟୋରେ ବିଭିନ୍ନ ରାଜ୍ୟରେ ଭୟଙ୍କର ଅଗ୍ନିବର୍ଷାର ଚିତ୍ର । ଗତ ୧୦ ଦିନ ତଳୁ ନାସା ପକ୍ଷରୁ ସଂଗ୍ରହ କରାଯାଇଥିବା ଫଟୋରେ ନାଲି ବିନ୍ଦୁ ସବୁ ନଜର ଆସିଛି ।

ଯାହା ସୂଚାଉଛି କି, ମଧ୍ୟ ଭାରତ ସହ ଉତ୍ତର ଭାରତର ଅନେକ ଅଂଚଳ ଏବେ ଅଗ୍ନିବଳୟ ଭିତରେ ରହିଛି । ଜଙ୍ଗଲରେ ନିଆଁ ଲାଗି କିମ୍ବା ବିଭିନ୍ନ ଶସ୍ୟ କ୍ଷେତରେ ଅଗ୍ନିକାଣ୍ଡ ଯୋଗୁ ପ୍ରବଳ ଧୂମ୍ରକୁଣ୍ଡଳୀ ସୃଷ୍ଟି ହୋଇଥିବା ଅନୁମାନ କରିଛନ୍ତି ନାସାର ବୈଜ୍ଞାନିକ ।

ତେବେ ନାସା ଉଠାଇଥିବା ଏହି ଫଟୋ ଗୁଡିକରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ ସହ ଦକ୍ଷିଣଭାରତର କିଛି ରାଜ୍ୟ ଦେଇ ନାଲି ବିନ୍ଦୁର ରେଖା ଦେଖାଯାଉଛି । ତେଣୁ ଏହି ଲାଲ ରେଖା ସବୁ ଜଙ୍ଗଲ କିମ୍ବା କ୍ଷେତରେ ଅଗ୍ନିକାଣ୍ଡ ଯୋଗୁ ସୃଷ୍ଟି ହୋଇଥାଇପାରେ ବୋଲି ନାସା ବୈଜ୍ଞାନିକ କହିଛନ୍ତି । ବିଶେଷ କରି ମଧ୍ୟଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଏଭଳି ଅଗ୍ନିକାଣ୍ଡ ହୋଇଥାଏ ବୋଲି ଅନୁମାନ କରିଛନ୍ତି ନାସା ବୈଜ୍ଞାନିକ ।

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ମଧ୍ୟ ଭାରତ ସହ ଉତ୍ତର ଭାରତର ଅନେକ ଅଂଚଳ ଏବେ ଅଗ୍ନିବଳୟ ଭିତରେ ରହିଛି । ଜଙ୍ଗଲରେ ନିଆଁ ଲାଗି କିମ୍ବା ବିଭିନ୍ନ ଶସ୍ୟ କ୍ଷେତରେ ଅଗ୍ନିକାଣ୍ଡ ଯୋଗୁ ପ୍ରବଳ ଧୂମକୁଣ୍ଡଳୀ ସୃଷ୍ଟି ହୋଇଥିବା ଅନୁମାନ କରିଛନ୍ତି ନାସାର ବୈଜ୍ଞାନିକ । ଏହା ଯୋଗୁଁ ଉତ୍ତାପ ପ୍ରବଳ ହୋଇଛି। ଏହାର ପ୍ରଭାବରେ ବାୟୁମଣ୍ଡଳରୁ ବ୍ଲାକକାର୍ବନ୍ ନିର୍ଗତ ହେଉଛି, ଯାହାକି ପ୍ରଦୂଷଣ ବଢ଼ାଇବା ସହ କ୍ଷତିକାରକ ମଧ୍ୟ।