କନକ ବ୍ୟୁରୋ : ସିଲ ହେଲା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ, ଭୁବନେଶ୍ୱର । ଏକାଧିକ କରୋନା ସଂକ୍ରମିତ ବାହାରିବା ପରେ ଏହାକୁ ସିଲ କରିବା ପାଇଁ ନିଷ୍ପତ୍ତି ନେଇଛି ବିଏମସି । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନକୁ ସିଲ କରିବା ପାଇଁ କୁହାଯାଇଛି । ଏହି ସମୟରେ କେହି ଇନଷ୍ଟିଚ୍ୟୁଟ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ, କିମ୍ବା କେହି ବାହାରକୁ ଆସିପାରିବେ ନାହିଁ ।
କେବଳ ବିଏମସିର ଅଧିକୃତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରବେଶ ଅନୁମତି ମିଳିବ । ଜରୁରୀ ସାମଗ୍ରୀ ବିଏମସି ଦ୍ୱାରା ଯୋଗାଇ ଦିଆଯିବ । ଏହାରି ଭିତରେ ଇନଷ୍ଟିଚ୍ୟୁଟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯିବ । ପଜିଟିଭ ଚିହ୍ନଟ ହେଲେ ଗୋଟିଏ ହଷ୍ଟେଲର ନିର୍ଦ୍ଦିଷ୍ଟ ରୁମରେ ସଙ୍ଗରୋଧରେ ରଖାଯିବ । ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ୟବସ୍ଥା କରିବେ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ । ଔଷଧ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ, ବିଏମସି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/17-23.jpg)