ସମ୍ବାଦ ଗ୍ରୁପ ପକ୍ଷରୁ ବୃହତ କର୍ପୋରେଟ୍ ସ୍ପୋର୍ଟସ ଇଭେଣ୍ଟ ‘ଲେଟସ୍ ଶଟଲ୍’ । ଯୋଗଦେବେ ୧୫୦ରୁ ଅଧିକ କର୍ପୋରେଟ୍ ଅଫିସ କର୍ମଚାରୀ ।

119

କନକ ବ୍ୟୁରୋ: ଆରମ୍ଭ ହେବାକୁ ଯାଉଛି ବୃହତ କର୍ପୋରେଟ ସ୍ପୋର୍ଟସ ଇଭେଣ୍ଟ । ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ‘ଲେଟସ ଶଟଲ’ ସ୍ପୋର୍ଟସ ଇଭେଣ୍ଟରେ ଭାଗ ନେବେ ପ୍ରାୟ ୧୫୦ରୁ ଅଧିକ କର୍ପୋରେଟ ଅଫିସର କର୍ମଚାରୀ । ଏହି ଅବସରରେ ଉନ୍ମୋଚିତ ହୋଇଛି ‘ଲେଟସ ଶଟଲ’ ଲୋଗୋ । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଯୋଗଦେଇ ଜର୍ସି ଉନ୍ମୋଚିତ କରିଥିଲେ । ତେବେ ଏହି ବ୍ୟାଡମିଣ୍ଟନ ଚାମ୍ପିଅନସିପ ଆସନ୍ତା ଫେବୃଆରୀ ୧୦, ୧୧ ଏବଂ ୧୨ ତାରିଖରେ ଭୁବନେଶ୍ୱର ସ୍ଥିତ ରେଲୱେ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ । ଏଥିପାଇଁ ଲେଟସ ଶଟଲ ଡଟ୍ କମ୍ ୱେବସାଇଟ ଜରିଆରେ ମଧ୍ୟ ରେଜିଷ୍ଟ୍ରେସନ କରିହେବ ବୋଲି କହିଛନ୍ତି ସମ୍ବାଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ।

ଅନ୍ୟପଟେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ବ୍ୟାଡମିଣ୍ଟନ ଲିଗ୍ ୟୁନିଟ୍-୧ ସ୍ଥିତ ଇନଡୋର ହଲରେ ଆୟୋଜିତ ହୋଇଯାଇଛି । ଏଥିରେ ମହିଳା ଓ ପୁରୁଷ ବିଭାଗର ୨୬ ଯୋଡ଼ି ୨୫ଟି ନକଆଉଟ୍ ମ୍ୟାଚ୍ ଖେଳିଥିଲେ । ମହିଳା ବିଭାଗରେ ଫାଇନାଲ୍ ମ୍ୟାଚ୍ ସ୍ୱସ୍ତିକା ଓ ସଂଧ୍ୟା ଏବଂ ରିଚା ଓ ପ୍ରିସିତଙ୍କ ମଧ୍ୟରେ ଖେଳା ଯାଇଥିଲା । ସ୍ୱସ୍ତିକା ଓ ସଂଧ୍ୟାଙ୍କ ଯୋଡ଼ି ୧୫/୯ ପଏଣ୍ଟରେ ବିଜୟୀ ହୋଇଥିଲେ । ପୁରୁଷ ବିଭାଗରେ ସୌମ୍ୟ ଓ ଶିବ ଯୋଡ଼ି ଏବଂ ଲିଙ୍ଗରାଜ ଓ ମାନସଙ୍କ ଯୋଡ଼ି ମଧ୍ୟରେ ୩ଟି ସେଟ୍ ଖେଳ ହୋଇଥିଲା । ତେବେ ସୌମ୍ୟ ଓ ଶିବ ଯୋଡ଼ି ଶେଷ ସେଟ୍ରେ ୨୧/୧୬ ପଏଣ୍ଟ ଲିଙ୍ଗରାଜ ଓ ମାନସଙ୍କ ଯୋଡ଼ିଙ୍କୁ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲେ । ବିଜୟୀ ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରାଯିବା ସହିତ ଉତ୍ସାହିତ କରାଯାଇଛି ।