ରାଉରକେଲାରେ ବଡ଼ଧରଣର ପିଲା ବିକ୍ରି ରାକେଟର ପର୍ଦ୍ଦାଫାଶ : ପୋଲିସ କହିଲା ପୁଅର ଦାମ୍ ୪ ଲକ୍ଷ , ଝିଅର ଦାମ୍ ୩୦ ହଜାର; ରାକେଟରେ ସଂପୃକ୍ତ ୭ ଗିରଫ

Advertisment
ରାଉରକେଲାରେ ବଡ଼ଧରଣର ପିଲା ବିକ୍ରି ରାକେଟର ପର୍ଦ୍ଦାଫାଶ : ପୋଲିସ କହିଲା ପୁଅର ଦାମ୍ ୪ ଲକ୍ଷ , ଝିଅର ଦାମ୍ ୩୦ ହଜାର; ରାକେଟରେ ସଂପୃକ୍ତ ୭ ଗିରଫ

କନକ ବ୍ୟୁରୋ : ରାଉରକେଲାରେ ଏକ ବଡଧରଣ ପିଲା ବିକ୍ରି ରାକେଟର ପର୍ଦ୍ଦାଫାଶ ହୋଇଛି । ରାକେଟରେ ସଂପୃକ୍ତ ୭ ଜଣଙ୍କୁ ପୋଲିସ ଗିରଫ କରିଥିବାବେଲେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ ସାଂଘାତିକ କଥାଟି ହେଉଛି ଏହି ରାକେଟରେ ସଂପୃକ୍ତ ଅପରାଧୀ, ପ୍ରଥମେ ନିରୀହ ଗରିବଙ୍କୁ ଯୋଗାଯୋଗ କରୁଥିଲେ । ପିଲା ବିକ୍ରି କରିବାକୁ ଟଙ୍କାର ଲୋଭ ଦେଖାଉଥିଲେ ।

ଦୁର୍ଦୀନରେ ଥିବା ଲୋକ ପଇସା ଲୋଭରେ ପିଲା ବିକ୍ରି କରିବାକୁ ରାଜି ହୋଇଯାଉଥିଲେ, ଆଉ ନିଜ ଜନ୍ମକଲା ଛୁଆକୁ ବିକ୍ରି କରୁଥିଲେ । ପୁଅର ଦାମ ୩ରୁ ୪ ଲକ୍ଷ ଟଙ୍କା ଓ ଝିଅର ଦାମ ୩୦ ହଜାର ଟଙ୍କା ଥିଲା ବୋଲି କହିଛନ୍ତି ଖୋଦ ପୋଲିସ ଅଧିକାରୀ । ଏହି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଳୁ ଖୋଳୁଖୋଳୁ ମହାଦେବ ପରି ଏହି ପୂରା ରାକେଟର ପର୍ଦ୍ଦାଫାଶ କରିଛି ରାଉରକେଲା ପ୍ଲାଂଟ ସାଇଟ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe