କନକ ବ୍ୟୁରୋ : ଧରାପଡିଲା ଗଂଜେଇ ଚୋରା ଚାଲାଣର ବଡ ରାକେଟ୍ । ୮ କୁଇଁଟାଲ ଗଂଜେଇ ସହ ଗୋଟିଏ ମାଉଜର ଜବତ । ମାଛକୁଣ୍ଡ ପୋଲିସ, ମାଛକୁଣ୍ଡର ହାନୁମାଲ୍ ଗାଁ ନିକଟରେ ଗଂଜେଇ ଗାଡିକୁ ଜବତ କରିଛି । ହେଲେ ଖସି ଯାଇଛନ୍ତି ଗଂଜେଇ ମାଫିଆ । ଗଂଜେଇ ସହ ବୋଲେରୋ ଗାଡି ଜବତ ହୋଇଛି । ମାଲକାନଗିରିରୁ ଛତିଶଗଡକୁ ଏହି ଗଂଜେଇ ଚାଲାଣ ହେଉଥିବା ସୂଚନା ମିଳିଛି । ଜବତ ଗଂଜେଇର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ଧରାପଡିଲା ଗଞ୍ଜେଇ ଚାଲାଣର ବଡ ରାକେଟ୍ : ବିଏସଫ ଓ ମାଛକୁଣ୍ଡ ପୁଲିସର ମିଳିତ ଚଢାଉରେ ଧରାପଡିଲା ଗାଡି
/kanak/media/post_attachments/wp-content/uploads/2020/11/1-5.jpg)