କନକ ବ୍ୟୁରୋ : ଲୋକସେବା ଭବନରୁ ଚୋରି । ଯୋଜନା ଓ ସଂଯୋଜନ ବିଭାଗରୁ ଚୋରି ହୋଇଛି ଲାପଟପ୍ । ଆଲମିରା ଭାଙ୍ଗି ଗୋଟିଏ ଲାପ୍ଟପ୍ ଚୋରି କରାଯାଇଛି । ତିନିଟି ଲାପଟପରୁ ଗୋଟିଏ ଲାପଟପ୍ ଚୋରି ହୋଇଛି । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ସିସିଟିଭି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଚାରିଆଡେ ସଶସ୍ତ୍ର ସୁରକ୍ଷାକର୍ମୀ ରହିଥିବା ବେଳେ କିପରି ଚୋରି ହେଲା ତାକୁ ନେଇ ଉଠିଛି ପ୍ରଶ୍ନ । ଆଲମିରାର ଗୋଟିଏ ଚାବି ଏଏସ୍ଓ ଏବଂ ଅନ୍ୟଟି ଡେସ୍କ ଅଫିସରଙ୍କ ପାଖରେ ରହେ । ଲାପଟପ୍ ଚୋରି ହେଲା କେମିତି ଓ କିଏ ଚୋରି କଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଲୋକସେବା ଭବନରୁ ଲାପଟପ୍ ଚୋରି : କଡ଼ା ସୁରକ୍ଷା ମଧ୍ୟରେ କେମିତି ହେଲା ଲୁଟ, ଉଠିଲା ପ୍ରଶ୍ନ
/kanak/media/post_attachments/wp-content/uploads/2021/09/12-37.jpg)