କନକ ବ୍ୟୁରୋ: ପାର୍କ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଜେଡି ବିଧାୟକ । ପ୍ରଥମେ ରାସ୍ତା ତିଆରି କର, ଏହାପରେ ପାର୍କ ଓ ନୂଆ ପ୍ରକଳ୍ପ ଉଦଘାଟନ କରିବେ । ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଏପରି କହି ଜବାବ ଲୋଡିଲେ ସ୍ଥାନୀୟ ଲୋକେ । ଶେଷରେ ପାର୍କ ଉଦଘାଟନ କରିନପାରି ବିଧାୟକ ପ୍ରଦୀପ ଦିଶାରୀ ଫେରି ଆସିଛନ୍ତି । କଳାହାଣ୍ଡି ଜିଲ୍ଲା ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚପୁର ପଞ୍ଚାୟତରେ ରାସ୍ତା ଦୟନୀୟ ରହିଛି । ଲୋକେ ଯିବା ଆସିବା ମଧ୍ୟ କରିପାରୁନାହାନ୍ତି । ଲକ୍ଷ୍ମୀ ବସ୍ ଯାଉଥିଲା ଏବେ କିନ୍ତୁ ଆଉ ଯାଉନି । ସ୍ଥାନୀୟ ଲୋକେ ବିଧାୟକଙ୍କ ଆଗରେ ଏପରି କହିଛନ୍ତି । ଏହି ସମୟରେ ବିଧାୟକ ଏବଂ ଲୋକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଲୋକେ କହିଛନ୍ତି, ତିନି ବର୍ଷ ହେବ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କରୁଛୁ । ହେଲେ ବିଧାୟକ କୌଣସି ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ଅଭିଯୋଗ ରହିଛି ।
ହଟ୍ଟହଟ୍ଟା ହେଲେ ବିଜେଡି ବିଧାୟକ । ଜବାବ ମାଗିଲେ ଲୋକ, ପାର୍କ ଉଦଘାଟନ ନକରି ଫେରିଆସିଲେ ବିଧାୟକ ।
/kanak/media/post_attachments/wp-content/uploads/2023/11/vlcsnap-2023-11-17-12h20m55s107.jpg)