କନକ ବ୍ୟୁରୋ : ଆପଣଙ୍କ ଭିତରେ ଏମିତି କେହି ନା’ କେହି ଥିବେ, ଯିଏ ପଶୁ-ପକ୍ଷୀଙ୍କ ସ୍ୱର ବାହାର କରିପାରୁଥିବେ । କିଏ ମାଙ୍ଗଡ଼ ଭଳି ଶବ୍ଦ କରିପାରୁଥିବେ, ତ’ ଆଉ କିଏ କୁକୁରଙ୍କ ଭଳି ଶବ୍ଦ କରିପାରୁଥିବେ । କିନ୍ତୁ ପଶୁପକ୍ଷୀଙ୍କ ଭଳି ଶବ୍ଦ ବାହାର କରିପାରୁଥିବା ଲୋକଙ୍କର ବି ଆବଶ୍ୟକତା ରହିଛି । ସେମାନଙ୍କୁ ବି ନିଯୁକ୍ତି ମିଳିପାରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏଭଳି କିଛି ଘଟିଛି ଦେଶର ରାଜଧାନୀ ଦିଲ୍ଲୀରେ ।

Advertisment

ଦିଲ୍ଲୀରେ ହେବାକୁ ଥିବା ଜି-ଟ୍ୱେଂଟି ଶିଖର ସମ୍ମଳିନୀକୁ ଦୃଷ୍ଟିରେ ରଖି, ମାଙ୍ଗଡ଼ ଭଳି ଶବ୍ଦ ବାହାର କରିପାରୁଥିବା ୪୦ ଜଣଙ୍କୁ ନିଯୁକ୍ତ କରାଯାଇଛି । ଏମାନେ ମାଙ୍କଡ଼ ଭଳି ଶବ୍ଦ କରିବେ । ଏବଂ ରାସ୍ତାଘାଟରେ ବୁଲୁଥିବା ମାଙ୍କଡ଼କୁ ଘୋଡାଇବେ । ପୁରା କାହାଣୀ ହେଉଛି, ଦିଲ୍ଲୀରେ କିଛି ଦିନ ପରେ ଜି-୨୦ ସମ୍ମିଳନୀ ହେବ । ବିଶ୍ୱର ବଡ଼ ବଡ଼ ଦେଶର ରାଷ୍ଟ୍ରମୁଖ୍ୟ ଦିଲ୍ଲୀକୁ ଆସିବେ । ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ମଧ୍ୟ ଦିଲ୍ଲୀ ଆସିବେ । କିନ୍ତୁ ଦିଲ୍ଲୀରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ରହିଛି । କେତେବେଳେ ରାସ୍ତା ଉପରକୁ ଚାଲି ଆସୁଛନ୍ତି । ତ’ ଆଉ କେତେବେଳେ ଲୋକଙ୍କ ପାଖକୁ ଚାଲି ଆସୁଛନ୍ତି । ଏହି ସବୁ ମାଙ୍କଡ଼ଙ୍କୁ କାବୁ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ନିଆରା ପଦେକ୍ଷପ ନିଆଯାଇଛି ।

ଦିଲ୍ଲୀର ବିଭିନ୍ନ ସ୍ଥାନରେ ମାଙ୍କଡ଼ର କଟ୍ ଆଉଟ୍ ବା’ ମାଙ୍କଡ଼ର ଫେଟୋଚିତ୍ର ଲଗାଯାଇଛି । ପ୍ରକୃତ ମାଙ୍କଡ଼ଙ୍କୁ ଘଉଡାଇବା ପାଇଁ ଏହି କଟ୍-ଆଉଟ୍ ଲଗାଯାଇଛି । ସେହିପରି ମାଙ୍କଡ଼ର ମିମିକ୍ରି ବା ନକଲ୍ କରି ପାରୁଥିବା ୪୦ ଜଣଙ୍କୁ ନିୟୋଜିତ କରାଯାଇଛି । ଏସବୁ ବାହାରେ ଦିଲ୍ଳୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ପକ୍ଷରୁ ୬ ଲକ୍ଷରୁ ଅଧିକ ଆଳଙ୍କାରିକ ଗଛ ଲଗାଯାଇଛି । ରାସ୍ତାକଡ଼ରେ, ସମ୍ମିଳନୀ ସ୍ଥଳରେ, ହୋଟେଲରେ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ସୌନ୍ଦର୍ଯ୍ୟକରଣ ପାଇଁ ଏହି ଗଛ ଲଗାଯାଇଛି ।