ହାତୀ ପାଇଁ ସମସ୍ୟା ସୃଷ୍ଟି କରୁଛି ଭାଷା ! କେମିତି ବୁଝିବ ହାତୀ, ଜାଣନ୍ତୁ କଣ ରହିଛି ପୁରା ଘଟଣା ।

38

ପଶୁମାନଙ୍କ ମଧ୍ୟରେ ହାତୀକୁ ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଇଥାଏ । କିନ୍ତୁ ଉତ୍ତରପ୍ରଦେଶର ଦୁଧବା ନ୍ୟାସନାଲ ପାର୍କର ହାତୀମାନଙ୍କୁ କିଛି ଅଲଗା ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡୁଛି । ଏଠାକାର ହାତୀମାନଙ୍କୁ ବୁଝେଇବା ଅଥରିଟିଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡିଛି । ଜାଣନ୍ତୁ କଣ ରହିଛି ପୁରା କାହାଣୀ ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଦୁଧବା ନ୍ୟାସନାଲ ପାର୍କରେ ୧୦ଟି ହାତୀଙ୍କୁ ପାର୍କର ପେଟ୍ରୋଲିଙ୍ଗ କରିବା ପାଇଁ ଅଣାଯାଇଥିଲା । କିନ୍ତୁ କର୍ଣ୍ଣାଟକରୁ ଉତ୍ତରପ୍ରଦେଶ ଯାତ୍ରା ସମୟରେ ଅଥରିଟି କେବେ ହେଲେ ମଧ୍ୟ ଭାବିନଥିଲେ ଯେ ସେ ଏକ ବଡ ସମସ୍ୟାରେ ଫସିବାକୁ ଯାଉଛନ୍ତି ।

ତେବେ ଘଟଣା ଥିଲା କିଛି ଏପରି, ହାତୀ ଗୁଡିକ କେବଳ କନ୍ନଡ ଭାଷାରେ ଦିଆଯାଉଥିବା ଆଦେଶକୁ ହିଁ ବୁଝିପାରୁଛନ୍ତି । କିନ୍ତୁ ଦୁଧବା ନ୍ୟାସନାଲ ପାର୍କର କର୍ମଚାରୀ ମାନେ କେବଳ ହିନ୍ଦୀ ଭାଷା ହିଁ ଜାଣିଛନ୍ତି । ଆଉ ଏଥି ପାଇଁ ହାତୀ ଗୁଡିକୁ ଆଦେଶ ଦେବାରେ ବହୁତ ଅସୁବିଧା ହେଉଥିବା ଜଣାପଡିଛି । ଏଥି ନିମନ୍ତେ ପାର୍କର ଅଧିକାରୀମାନେ ୬ଜଣ ମହନ୍ତଙ୍କୁ ଦୁଇ ମାସ ପାଇଁ କର୍ଣ୍ଣାଟକ ପଠାଇଛନ୍ତି ଯେପରିକି ସେମାନେ କନ୍ନଡ ଭାଷା ଶିଖିପାରିବେ । ଦୁଧବା ନ୍ୟାସନାଲ ପାର୍କର ଉପ ନିର୍ଦ୍ଦେଶକ କହିଛନ୍ତି ଯେ, ସେମାନେ ସେହି ମହନ୍ତ ମାନଙ୍କୁ କନ୍ନଡ ଭାଷାରେ ସେହି ସବୁ ଶବ୍ଦ ଗୁଡିକୁ ଶିଖିବାକୁ ପଠାଇଛନ୍ତି ଯାହାକି ହାତୀ ଗୁଡିକୁ କାମରେ ଲଗାଇବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଏବଂ ଏହା ସହ ହାତୀ ମାନଙ୍କୁ ଦିଆଯାଉଥିବା ଆଦେଶକୁ କନ୍ନଡ ସହ ହିନ୍ଦିରେ ଶିଖିବା ପାଇଁ ସେମାନଙ୍କୁ କର୍ଣ୍ଣାଟକକୁ ପଠାଯାଇଛି ।