କନକ ବ୍ୟୁରୋ: ମାଲାକାନଗିରି କୋରୁକୋଣ୍ଡା ବ୍ଲକ ବାୟାପଡ଼ା ଘାଟି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ । ପାହାଡ଼ ଧସିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁଇ ଦିନ ହେବ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ୧୮ଟି ଗାଁ । ଆଦିମ ସମ୍ପ୍ରଦାୟର ୧୮ଖଣ୍ଡ ଗାଁର ଲୋକ ଏବେ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ଅବସ୍ଥାରେ ଅଛନ୍ତି । ଘାଟି ପାଖରେ ରହିଥିବା ରାସ୍ତା ଅତ୍ୟନ୍ତ ବିପଦସଙ୍କୁଳ ଭାବେ ପାର ହେଉଛନ୍ତି ଲୋକେ । ଗତ ୩ବର୍ଷ ଧରି ଏହି ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ଏବେବି ସଂପୂର୍ଣ୍ଣ ହୋଇପାରନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

Advertisment

ବନ୍ୟା ଯୋଗୁ ମାଲକାନଗିରିରେ ଅଧିକାଂଶ ଅଂଚଳ ପାଣିଘରରେ ରହିଥିବା ବେଳେ ପରୀକ୍ଷା ଦେବାକୁ ଆସିଥିବା ମାଥିଲି ସଦର ଆସିଥିବା ଛାତ୍ରଛାତ୍ରୀ ଫସି ଯାଇଥିଲେ । ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ରାତିରେ ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ଲଗାତର ବର୍ଷା ଯୋଗୁଁ ପାଙ୍ଗାମ ପୋଲ ଉପର ପାଣି ବଢ଼ିବାରୁ ଗାଁକୁ ଫେରିପାରିନଥିଲେ ଛାତ୍ରଛାତ୍ରୀ । କିନ୍ତୁ ଆଜି ଜିଲ୍ଲାରେ ବିଭିନ୍ନ ପୋଲ ଉପରେ କମିଛି ଜଳସ୍ତର । ପାଙ୍ଗମ୍, ପୋଟେରୁ, କାଙ୍ଗୋରୁକୋଣ୍ଡା, ଏମ୍ଭି ୯୬, କନ୍ୟାଶ୍ରମ ପୋଲରୁ ପାଣି କମିଛି । ଏବେ ପୋଲ ତଳେ ବନ୍ୟାଜଳ ପ୍ରବାହିତ ହେଉଥିବାରୁୁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ୱଭାବିକ ହୋଇଛି । ଫଳରେ ମାଲକାନଗିରି-ବାଲିମେଳା ରାସ୍ତାରେ ଗାଡି ଚଳାଚଳ ଆରମ୍ଭ ହୋଇଛି ।

ପାଣି କମିବା ଯୋଗୁ ଛତିଶଗଡ଼ ଓ ଆନ୍ଧ୍ରକୁ ମଧ୍ୟ ଯାତାୟତ ସ୍ୱାଭାବିକ ହୋଇଛି । କିନ୍ତୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଆହୁରୀ ୫ ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଯଦି ବର୍ଷା ପୁଣି ଲାଗିରୁହେ ସ୍ଥିତି ବିଗିଡିବାର ଆଶଙ୍କା ରହିଛି ।