ଆସାମରେ ସ୍ଥାନେ ସ୍ଥାନେ ଭୁସ୍କଳନ। ଲଗାଣ ବର୍ଷାରେ ବେହାଲ ରାଜ୍ୟ।

90

କନକ ବ୍ୟୁରୋ: ପୂର୍ବୋତ୍ତର ରାଜ୍ୟ ଆସାମ ଓ ମେଘାଳୟରେ ଲଗାତାର ଦୁଇଦିନର ମୁସଳଧାରାର ବର୍ଷା ପରେ ଏବେ ଏକା ସହ ବନ୍ୟା ଓ ଭୁସ୍କଳନ ବଡ ସମସ୍ୟା ଭାବେ ଛିଡା ହୋଇଛି । ୩ଦିନର ଲଗାଣବର୍ଷା ଭୁସ୍କଳନ ସହ ଆଣିଛି ବଡ ଧରଣର ବନ୍ୟା ସମସ୍ୟା । ବିଶେଷ କରି ଦକ୍ଷିଣ ମେଘାଳୟର ଓ ପୂର୍ବ ଆସାମର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । କେଉଁଠି ପୋଲ ଭୁୁଷୁଡିଯାଉଛି ତ ପୁଣି କେଉଁଠି ଘରଦ୍ୱାରା ବନ୍ୟା ପାଣିରେ ଫଶିରହିଛି । ଗାଇଗୋରୁ ଧନଜୀବନ ସବୁ କିଛି ଭାସିଯାଇଛି ବନ୍ୟା ପାଣିରେ । ସେପଟେ ଭୁସ୍କଳନ ଯୋଗୁଁ ଘରଦ୍ୱାର ଭାଙ୍ଗି ମାଟିରେ ମିଶିଯାଇଛି । ଭୁସ୍କଳନ ଯୋଗୁଁ ଏବେ ସୁଦ୍ଧା ଆସାମରେ ୪ଜଣଙ୍କ ମୃତ୍ୟୁ ହୋଇଛି ।

ଆସାମର ଗୀତାନଗର, ସୋନାପୁର, କଳାପାହଡ ସବୁଠୁ ଅଧିକ କ୍ଷତିଗସ୍ତ ହୋଇଛି । ବନ୍ୟାରେ ଫଶି ରହିଥିବା ଲୋକଙ୍କୁ ସେନା ସାହାର୍ଯ୍ୟରେ ଉଦ୍ଧାର କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶିବିର ନିର୍ମାଣ କରାଯାଇ ବନ୍ୟା ବିପନ୍ନଙ୍କୁ ଥଇଥାନ କରାଯାଉଛି । ସେପଟେ ସ୍ଥିତିକୁ ଦେଖି ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଛି । ଗତ ମାସରେ ଆସାମରେ ବଡଧରଣର ବନ୍ୟାଆସିବା ସହ ରାଜ୍ୟକୁ ବିଶେଷ କ୍ଷୟକ୍ଷତି ସହ୍ୟ କରିବାକୁ ପଡିଥିଲା । କିଛି ଦିନ ନପୁରୁଣୁ ପୁଣି ବନ୍ୟା ବଡ ସମସ୍ୟାଭାବେ ଛିଡା ହୋଇଛି ।

ମୌସୁମୀ ଆସୁଆସୁ ବେହାଲ ହୋଇପଡିଛି ମେଘାଳୟ ଓ ଆସାମ । ସେପଟେ କେନ୍ଦ୍ର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମମୌସୁମୀ ବାୟୁ ଦକ୍ଷିଣ ଭାରତ ସହ ପୂର୍ବତ୍ତୋର ରାଜ୍ୟରେ ସକ୍ରିୟ ହୋଇସାରିଛି ।