କନକ ବ୍ୟୁରୋ : ଆଶ୍ୱିନ ମାସରେ ଜମିଫାଟି ଆଁ । ବର୍ଷା ଅଭାବରୁ ନିଆଳି ବ୍ଲକରେ ମରୁଡି ପରିସ୍ଥିତି ଦେଖାଦେଇଛି । ଯୁଆଡେ ଚାହିଁବ ସିଆଜେ ଚାଷଜମି ଫାଟି ଆଁ କରିଛି । ଆଶ୍ୱିନ ମାସରେ ଆବଶ୍ୟକ ବର୍ଷା ନହେବାରୁ ଧାନ ଗଛ ପ୍ରଚଣ୍ଡ ଖରାରେ ଜଳିବାକୁ ବସିଲାଣି । ପାଣି ଚିନ୍ତାରେ ଧାନ ଚାଷୀ । ନାଳରେ ନାହିଁ କେନାଲ ପାଣି । କେଉଁଠି କୁତ୍ରିମ ବର୍ଷା ସୃଷ୍ଟି ହୋଇଛି ତ ଆଉ କେଉଁଠି ବିଲରେ ପାଣିନଥିବାରୁ ଜମିରେ ଧାନ ତଳି ରୁଆ ହୋଇପାରିନି । କେନାଲ ଥିଲେ ବି ପାଣି ଆସୁନି । ଚଳିତ ବର୍ଷ ନିଆଳିର ର୍ବଖଣ୍ଡରେ ଏକ ହଜାର ହେକ୍ଟର ଚାଷଜମିରେ ଧାନ ଚାଷ କରିଥିଲେ ଚାଷୀ । ହେଲେ ବର୍ଷା ଅଭାବରୁ ଏବେ ଚିନ୍ତାରେ ଚାଷୀ ।

Advertisment

ସେପଟେ ଦେବଗଡର ରିଆମାଳ ବ୍ଲକରେ ଗଣ୍ଠି ପୋକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଚାଷୀ । ବିଲ ମଧ୍ୟରେ ପାଣି ଜମି ରହିବା ଫଳରେ ରୋଗ ପୋକ ଯୋଗୁଁ ଫସଲହାନି ହୋଇଛି । ଏକର ଏକର ଫସଲରେ ଗଣ୍ଠି ପୋକ ଲାଗି ଧାନ ଫସଲକୁ ନଷ୍ଟ କରିଦେଲେଣ ିା ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ କୀଟନାଶକ ସବସିଡିରେ ଦେବା ଲାଗି ପରିମିଟର ବ୍ୟବସ୍ଥା ଥିଲେ ବି ଅଧାରୁ ଅଧିକ ଚାଷୀ ଏ ବିଷୟରେ ଅବଗତ ନାହାନ୍ତି । ଫଳରେ ଚାଷୀ ବାଧ୍ୟ ହୋଇ ଖୋଲାବଜାରରୁ ଅଧିକ ମୂଲ୍ୟରେ କୀଟନାଶକ କିଣୁଛନ୍ତି ।