ମହାରାଷ୍ଟ୍ର ରାୟଗଡ଼ରେ ଭୂସ୍ଖଳନ ଘଟଣା। ଏବେବି ନିଖୋଜ ୧୧୯ଜଣ, ମାଟି ଅତଡ଼ା ତଳେ ଦବି ରହିଥିବା ଆଶଙ୍କା

409

କନକ ବ୍ୟୁରୋ: ମହାରାଷ୍ଟ୍ର ରାୟଗଡରେ ଭୂସ୍ଖଳନ ଘଟଣାରେ ଏବେବି ୧୧୯ଜଣ ନିଖୋଜ ଅଛନ୍ତି । ଇର୍ଶଲୱାଡି ଭୂସ୍ଖଳନସ୍ଥଳରେ ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ମାନେ ମାଟି ଅତଡା ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଏପର୍ଯ୍ୟନ୍ତ ୧୬ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳ ୯୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ତେବେ ଗତ ରାତିରେ ଅନ୍ଧାର ଓ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ଏହାକୁ ବନ୍ଦ କରାଯାଇଥିଲା । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ୧୧୯ଜଣ ନିଖୋଜ ଥିବା ବେଳେ ଏମାନଙ୍କୁ ଖୋଜିବା ପାଇଁ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଇଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଏନଡିଆରଏଫର ସନ୍ଧାନୀ କୁକୁର ।