ଏଯାଏଁ କୋରାପୁଟ ସୁଙ୍କି ଘାଟିରୁ ହଟିନି ଅବରୋଧ : ଆନ୍ଧ୍ର- ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ରାସ୍ତାର ଉଭୟ ପଟରେ ଅଟକି ରହିଛି ଗାଡ଼ିମଟର; ପ୍ରବଳ ବର୍ଷା ଯୋଗୁଁ ଖସିଥିଲା ମାଟି ଅତଡ଼ା

68

କନକ ବ୍ୟୁରୋ : ୨୪ ଘଂଟା ବିତିଯାଇଥିଲେ ମଧ୍ୟ କୋରାପୁଟ ସୁଙ୍କି ଘାଟିରୁ ହଟିନି ଅବରୋଧ । ଆନ୍ଧ୍ର- ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଅବରୋଧ ଯୋଗୁଁ ରାସ୍ତା ଉଭୟ ପାଶ୍ୱର୍ରେ ଅଟକି ରହିଛି ଶହ ଶହ ଗାଡ଼ି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍ ସହିତ ସ୍ଥାନୀୟ ଲୋକେ ନିୟୋଜିତ ଅଛନ୍ତି । ଗୁଲାବ ପ୍ରଭାବରେ ପ୍ରବଳ ବର୍ଷା ପାଇଁ ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିରେ ମାଟି ଅତଡ଼ା ଖସିଥିଲା । ଯାହା ପାଇଁ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇ ରହିଛି ।