କନକ ବ୍ୟୁରୋ: ହୋଲି ପାଇଁ ରଙ୍ଗ ବଜାର ସରଗରମ । କଟକ ଚୌଧୁରୀ ବଜାରରେ ଜମିଲାଣି ରଙ୍ଗର ପସରା । ଦୋକାନ ବଜାରରେ ଭଳି କି ଭଳି ରଙ୍ଗ ସାଙ୍ଗକୁ ପିଚକାରୀ ଓ ବ୍ୟାଟେରୀ ଗନ୍ କିଣିବାକୁ ଲାଗିଛି ଭିଡ । ବିଭିନ୍ନ ରଙ୍ଗର ଅବିରରୁ ନେଇ ଗ୍ରାହକଙ୍କ ପସନ୍ଦ ଅନୁସାରେ ଭଳିକିଭଳି ରଙ୍ଗ ସବୁ ମିଳୁଛି । ଗ୍ରାହକଙ୍କୁ ସୁହାଇଲା ଭଳି ଦର ମଧ୍ୟ ରହିଛି ।

Advertisment

ଅବିର ସବୁ ୮ଟଙ୍କାରୁ ନେଇ ୮୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିଭଳି ହର୍ବାଲ ରଙ୍ଗର ୫ ଭେରାଇଟି ପ୍ୟାକେଟକୁ ୧୬୫ ଟଙ୍କା ରହିଛି । ପିଚକାରୀରୁ ନେଇ ଇଲେକ୍ଟ୍ରିକ ଗନର ବେଶୀ ଚାହିଦା ରହିଛି । ଯାହାର ଦାମ୍ ୧୨୦ରୁ ନେଇ ୮ଶହ ପର୍ଯ୍ୟନ୍ତ ବିକ୍ରି ହେଉଛି । ଅନ୍ୟପଟେ ରଙ୍ଗର ଦାମ୍ ୧୨୦ରୁ ନେଇ ୮ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଚଳିତଥର ବେଶ ଦୁଇ ପଇସା ଲାଭ ହେଉଥିବା କହିଛନ୍ତି ବ୍ୟବସାୟୀ ।

ଚଳିତଥର ଭେରାଇଟି ରଙ୍ଗ ସାଙ୍ଗକୁ ମନଲୋଭା ମୁଖା ସବୁ ଆକର୍ଷଣ ପାଲଟିଛି । ହୋଲି ବଜାରରେ ରଙ୍ଗ ସହ ବିଭିନ୍ନ ମାସ୍କ କିଣିବାକୁ ଲାଗୁଛି ଗ୍ରାହକଙ୍କ ଭିଡ । ଆଗକୁ ନିର୍ବାଚନ ଥିବା ବେଳେ ବିଭିନ୍ନ ଦଳୀୟ ଚିହ୍ନ ଥିବା ମାସ୍କ ଓ ରଙ୍ଗ ପ୍ୟାକଟେ ସବୁ ମିଳୁଛି । ସେହିଭଳି ହର୍ବାାଲ ରଙ୍ଗକୁ ବେଶୀ ଗୁରୁତ୍ୱ ଦିଆଯାଉଛି । ଆଉ ଲୋକଙ୍କର ମଧ୍ୟ ଡିମାଣ୍ଡ ରହିଛି । ରଙ୍ଗର ପର୍ବ ହୋଲି ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏବେ ରଙ୍ଗ ବଜାରରେ ଗହଳି ବେଶ ଜମୁଛି ।