କନକ ବ୍ୟୁରୋ : ଅଗଷ୍ଟ ୨୩ରେ ଚନ୍ଦ୍ରରେ ଅବତରଣ କରିବା ପରେ ଉଭୟ ରୋଭର ଓ ଲ୍ୟାଣ୍ଡର ସେମାନଙ୍କ କାର୍ଯ୍ୟ କରି ଚାଲିଛନ୍ତି । ଚନ୍ଦ୍ରର ଦକ୍ଷିଣ ମେରୁରେ ଅକ୍ସିଜେନ, ସଲଫର ଆଦିର ସନ୍ଧାନ କରିବାର ଦିନକ ପରେ ଲ୍ୟାଣ୍ଡର ବିକ୍ରମର ସ୍ପଷ୍ଟ ଫଟୋ ପଠାଇଛି ରୋଭର ପ୍ରଜ୍ଞାନ । ‘ସ୍ମାଇଲ୍ ପ୍ଲିଜ୍’ କ୍ୟାପ୍ସନ୍ ଦେଇ ଏହି ଫଟୋକୁ ସେୟାର କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ।

Advertisment

ସକାଳ ୭ଟା ୩୫ମିନିଟରେ ଏହି ଫଟୋ ଉଠାଇଛି ପ୍ରଜ୍ଞାନ । ପ୍ରଜ୍ଞାନରେ ଖଞ୍ଜା ଯାଇଥିବା ନାଭିଗେସନ୍ କ୍ୟାମେରାରେ ଏହି ଫଟୋ ଉଠାଯାଇଛି । ଫଟୋରେ ଲ୍ୟାଣ୍ଡରର ଦୁଇଟି ପେ-ଲୋଡ୍ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି   । ପେ-ଲୋଡ – ଉଷବଝଞଋ – ଚନ୍ଦ୍ରାସ୍ ସରଫେସ୍ ଥର୍ମୋଫିଜିକାଲ ଏକ୍ସପେରିମେଂଟ । ଏହାର କାମ ଚନ୍ଦ୍ରପୃଷ୍ଠର ତାପମାତ୍ରାକୁ ପରଖିବା । ପେ-ଲୋଡ୍ ଞ୍ଜ– ଓଖଝଇ – ଦ’ ଇନଷ୍ଟ୍ରୁମେଂଟ୍ ଫର୍ ଲୁନାର ସେସ୍ମିକ୍ ଆକ୍ଟିଭିଟି । ଏହାର କାମ ହେଉଛି ଚନ୍ଦ୍ରପୃଷ୍ଠରେ ଭୂ-କମ୍ପ ନେଇ ତଥ୍ୟ ସଂଗ୍ରହ କରିବା ।

ଆଶା କରାଯାଉଛି, ଭାରତର ଏହି ଚନ୍ଦ୍ର ମିସନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ହାସଲ ହେବ । ୭ ଦିନ ବିତି ଯାଇଥିବା ବେଳେ ଆଉ ୭ ଦିନ ଚନ୍ଦ୍ରପୃଷ୍ଠରୁ ନୂଆ ନୂଆ ତଥ୍ୟ ଓ ଫଟୋ ପଠାଇବ ବିକ୍ରମ ଓ ପ୍ରଜ୍ଞାନ । ଏପଟେ ସେପ୍ଟେମ୍ବର ୨ ତାରିଖରେ ଭାରତର ସୂର୍ଯ୍ୟ ଅଭିଯାନ ଆରମ୍ଭ ହେବ । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ଇସ୍ରୋର ପ୍ରସ୍ତୁତି । ଆଦିତ୍ୟ-ଏଲ୍-୧ ଉତକ୍ଷେପଣ ପାଇଁ ରି-ହିଅରସାଲ୍ କରାଯାଇଛି । ରକେଟର ଯାଂଚ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଲାଗରେଂଜ ପଏଂଟ ୱାନରେ ରହି କାର୍ଯ୍ୟ କରିବ ଆଦିତ୍ୟ-ଏଲ୍-୧ ।