କନକ ବ୍ୟୁରୋ: ଟଳିଲା ବଡ଼ ବିପଦ, ଯବାନଙ୍କୁ ଟାର୍ଗେଟ କରିଥିଲେ ମାଓବାଦୀ । ଯବାନଙ୍କ ଜୀବନ ନେବା ପାଇଁ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ୍ । ମାଲକାନଗିରି ସ୍ୱାଭିମାନ ଅଂଚଳରୁ ଟଳିଗଲା ବଡ ବିପଦ । ସ୍ୱାଭିମାନ ଅଂଚଳରୁ ଠାବ ହେଲା ୭ଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ସ ।
ତେବେ ଯବାନଙ୍କୁ ଟାର୍ଗେଟ୍ କରି ରାସ୍ତାରେ ମାଓବାଦୀମାନେ ଗୋରାସେତୁ ଛକ ରାସ୍ତା କଡରେ ଖଂଜି ରଖିଥିଲେ ଏହି ୭ଟି ଲ୍ୟାଣ୍ଡମାଇନ୍ସ । ଆଉ ବିଏସଏଫ୍ ଯବାନ କମ୍ୱିଂ ସମୟରେ ଏହାକୁ ଠାବ କରି ନିଷ୍କ୍ରିୟ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା କି, ଗତ କିଛି ଦିନ ହେବ ମାଓବାଦୀଙ୍କୁ ମୁହଁତୋଡ଼ ଜବାବ୍ ଦେଉଛନ୍ତି ଲାଲଗଡ଼ର ଲୋକେ । ଧିରେ ଧିରେ ରକ୍ତଚରିତ୍ର ନିଜର ସ୍ୱଭାବ ବଦଳାଉଛି ଯାହାକୁ ନେଇ ମାଓବାଦୀମାନେ ଛାନିଆ ହୋଇପଡ଼ିଛନ୍ତି । ତେଣୁ ଯବାନଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/16-25.jpg)