ନିର୍ବାଚନ ପୂର୍ବରୁ ବଡ ହମଲାର ପର୍ଦ୍ଦାଫାସ ! ପାଣିଗଣା କଲଭର୍ଟ ତଳରୁ ୫୦ କିଲୋ ଲ୍ୟାଣ୍ଡମାଇନ୍ସ ଉଦ୍ଧାର 

Advertisment
ନିର୍ବାଚନ ପୂର୍ବରୁ ବଡ ହମଲାର ପର୍ଦ୍ଦାଫାସ ! ପାଣିଗଣା କଲଭର୍ଟ ତଳରୁ ୫୦ କିଲୋ ଲ୍ୟାଣ୍ଡମାଇନ୍ସ ଉଦ୍ଧାର 
କନକ ବ୍ୟୁରୋ: ଗଜପତି ଜିଲ୍ଲା ପୁଲିସକୁ ମଙ୍ଗଳବାର ଏକ ବଡ଼ ଧରଣର ସଫଳତା ମିଳିଛି। ମାଓବାଦୀ ଦ୍ୱାରା ମୋହନା ବ୍ଲକର ଅଡ଼ବା ଥାନା ଅନ୍ତର୍ଗତଃ ପାଣିଗଣା- ଅଡ଼ବା ରାସ୍ତାର କୋଲଭର୍ଟ ତଳେ ଖଂଜା ଯାଇଥିବା ୫୦ କିଲୋ ଲ୍ୟାଣ୍ଡମାଇନ୍ସକୁ ଉଦ୍ଧାର କରାଯାଇଛି। ପୁଲିସ ଏକ ବଡ ଧରଣର଼ ବିପଦକୁ ଟାଳି ଦେବାରେ ସକ୍ଷମ ହୋଇଛି। ଏ ସଂପର୍କରେ ଅପରାହ୍ନରେ ସୂଚନା ପାଇବା ପରେ ବୋମା ଷ୍କାର୍ଡକୁ ଘଟଣାସ୍ଥଳକୁ ପଠାଇ ୫୦ କିଲୋର ଲ୍ୟାଣ୍ଡମାଇନ୍ସକୁ ଅଫୁଟା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବୋଲି ଗଜପତି ଏସପି ସାରା ଶର୍ମା ସୂଚନା ଦେଇଛନ୍ତି।
କଲଭର୍ଟ ତଳେ ଖଂଜା ଯାଇଥିବା ଲ୍ୟାଣ୍ଡମାଇନ୍ସରେ ୨୫ କିଲୋ ତାର ଏବଂ ୨୫ କୋଲୋ ଜିଲେଟିନ ବିସ୍ଫୋରକ ପଦାର୍ଥ ରହିଥିଲା। ତାକୁ ବମ ଷ୍କାର୍ଡ ଦଳ ନିଷ୍କ୍ରୟ କରି ଦେଇଥିଲେ । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏହି କାର‌୍ୟ୍ୟରେ ନିୟୋଜିତ ସୁରକ୍ଷା କର୍ମୀ ଦଳର ଗାଡ଼ିକୁ ଟାରଗେଟ କରି ମାଓବାଦୀ ମାନେ ବଡ଼ ହାମଲା ପାଇଁ ଜାଲ ବିଚ୍ଛାଇଥିଲେ ବୋଲି ଏସପି ସାରା ଶର୍ମା ଆଶଙ୍କା ବ୍ୟକ୍ତ କରିଛନ୍ତି।
publive-imageଅପରପକ୍ଷେ କଲଭର୍ଟ ତଳେ ଲ୍ୟାଣ୍ଡମାଇନ୍ସ ଉଦ୍ଧାର ହୋଇଥିବା ଘଟନା ନେଇ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀ ମାନେ କିଛି ଅଘଟଣ କରିବା ଯୋଜନାରେ ଥିବା ଏବଂ ଏଥିପାଇଁ କଡା ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିବା ସଂପର୍କରେ ସୋମବାର ଏସପି ପୂର୍ବାନୁମାନ କରି ସୂଚନା ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe