କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାର ମାଓପ୍ରବଣ ଅଂଚଳ ହଳଦି ପଂଚାୟତର ଭେନସ ଜଙ୍ଗଲରେ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଲାଲପାରା ଗାଁ ୩ ଜଣ ଶ୍ରମିକ କାମସାରି ଫେରୁଥିବାବେଳେ ରାସ୍ତା ଉପରେ କିଛି ଦ୍ରବ୍ୟ ପଡିଥିଲା । ଏଥିରେ ହାତ ଦେବା ପରେ ପରେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଶ୍ରମିକଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ହୋଇଯାଇଛି । ଘଟଣା ସଂଧ୍ୟାରେ ହୋଇଥିବାରୁ ପୋଲିସ ଏ ଯାଏଁ ପହଂଚିପାରିନାହିଁ । ବିଏସଫ ଯବାନଙ୍କ ଗତିବିଧିଙ୍କୁ ଲକ୍ଷ୍ୟ କରି ମାଓବାଦୀ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିବା ସନ୍ଦେହ କରାଯାଉଛି ।କ୍ଷତିପୂରଣ ଦାବିରେ ମୃତଦେହ ରଖି ରାଇଘର ଠାରେ ଉମରକୋଟ-କୁଣ୍ଡେଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।
ସେପଟେ ଛତିଶଗଡ଼ର ସୁକମା ଜିଲ୍ଲାରେ ଏକ ବଡ଼ ଧରଣର ଏନକାଉଣ୍ଟର ପରେ ଆହତ ମାଓବାଦୀ ଓଡ଼ିଶା ଭିତରକୁ ପଶି ଆସିଛନ୍ତି! ଏନକାଉଣ୍ଟର ସ୍ଥଳ ମାଲକାନଗିରି ସୀମାରେ ହୋଇଥିବାରୁ ସେମାନେ ଚିକିତ୍ସା ପାଇଁ ତୁଳସୀ ପାହାଡ଼କୁ ଚାଲିଆସିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଗତକାଲି ରାତିରେ ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଏନକାଉଣ୍ଟର ହୋଇଥିଲା। ଗୋଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପୁଲିସ ପୁସପାଲ ଥାନା ଅନ୍ତର୍ଗତ ଚନ୍ଦାମେଟା ଜଙ୍ଗଲରେ ପଶିଥିଲା। ଚାରିପଟୁ ଘେରି ଯାଇ ହମ୍ଲା କରିଥିବା ବେଳେ ୩ଜଣ ମାଓବାଦୀ ଘଟଣାସ୍ଥଳରେ ନିହତ ହୋଇଥିଲେ। ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ତେବେ, ଏନକାଉଣ୍ଟରେ ବହୁ ମାଓବାଦୀ ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଜଣେ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ଜଙ୍ଗଲର ବିଭିନ୍ନ ସ୍ଥାନରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଛି। ଛତ୍ରଭଙ୍ଗ ଦେବା ପୂର୍ବରୁ ମାଓବାଦୀ ମୃତାହତ ସାଥିଙ୍କୁ ନେବାକୁ ଚେଷ୍ଟା କରିଥିବା ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ ପରେ ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/201611141240526225_Maoist-commander-gunned-down-in-Sukma-district_SECVPF.jpg)