କନକ ବ୍ୟୁରୋ : ଛତିଶଗଡ ସୁକମା ଜିଲ୍ଲାରେ ପୁଣି ନକ୍ସଲମାନେ ବର୍ବର କାଣ୍ଡ ଘଟାଇଛନ୍ତି । ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଦୁଇଜଣ ଯବାନଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ସୁକମା ଜିଲ୍ଲା ଜଗରଗୋଣ୍ଡା ଟେକେଲଗୁଡା ରାସ୍ତାରେ ଯବାନଙ୍କ ଟ୍ରକ ଯାଉଥିବା ବେଳେ ପୂର୍ବରୁ ସେଠାରେ ଲ୍ୟାଣ୍ଡମାଇନ ବିଛାଇଥିବା ମାଓବାଦୀମାନେ ବିସ୍ଫୋରଣ କରିଥିଲେ । ଏଥିରେ ଟ୍ରକଟି ଚୁରମାର ହୋଇଯିବା ସହ ୨ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଟ୍ରକରେ ୨୦୧ କୋବ୍ରା ଯବନା ଯାଉଥିଲେ । ବିସ୍ଫୋରଣ ପରେ ସେଠାରେ ଯବାନମାନଙ୍କ ତରଫରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଛି । ସେପଟେ କେତେ ଯବାନ ଆହାତ ହୋଇଛନ୍ତି ତାର ସ୍ପଷ୍ଟ ଚିତ୍ର ଆସିପାରିନାହିଁ ।