ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଡିଭିଏଫ୍ ଯବାନ ସଞ୍ଜୟ ମାଝି ସହିଦ! ଆଜି ଦିଆଯିବ ଗାର୍ଡ ଅଫ୍ ଅନର

43

କନକ ବ୍ୟୁରୋ : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ୍ । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଏଥିରେ ଜଣେ ଡିଭିଏଫ୍ ଯବାନ ସହିଦ୍ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଡିଭିଏଫର ସଞ୍ଜୟ ମାଝି ଗୁରୁତର ଆହତ ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସହିଦ୍ ଯବାନଙ୍କ ଘର ରାୟଗଡା ଆମ୍ବଦଳା ଅଂଚଳରେ ବୋଲି ରାୟଗଡା ଏସପି କହିଛନ୍ତି । ସହିଦ୍ ଯବାନଙ୍କ ମୃତଦେହକୁ ରାୟଗଡା ଜିଲ୍ଳା ମୁଖ୍ୟ ଡାକ୍ତରଖାନାରୁ ପୋଲିସ ମୁଖ୍ୟାଳୟକୁ ନିଆଯିବ । ସେଠାରେ ମୃତଦେହକୁ ଗାର୍ଡ ଅଫ୍ ଅନର ଦିଆଯିବ । ଏହାପରେ ଜନ୍ମମାଟିକୁ ସହିଦଙ୍କ ମରଶରୀର ନିଆଯାଇ ଅନ୍ତିମ ସଂସ୍କାର କରାଯିବ ।