କନକ ବ୍ୟୁରୋ : ପତ୍ନୀଙ୍କ ସହ ବଳପୂର୍ବକ ଶାରିରୀକ ସମ୍ପର୍କକୁ ସବୁୁବେଳେ ଦୁଷ୍କର୍ମ ଆଖ୍ୟା ଦିଆଯାଇ ପାରିବନି । ଦିଲ୍ଲୀ ହାଇକୋର୍ଟରେ ଏହା କହିଛନ୍ତି କେନ୍ଦ୍ର ସରକାର । ମାରିଟାଲ୍ ରେପ୍ ବା ବୈବାହିକ ବଳାତ୍କାର ଅଭିଯୋଗ ହେଲେ ସ୍ୱାମୀ ବିରୋଧରେ ସ୍ତ୍ରୀ ଦୁଷ୍କର୍ମ ମାମଲା ଦାୟର କରିପାରିବେ କି ନାହିଁ । ଏ ନେଇ ଚାଲିଛି ବିତର୍କ । ଯଦି ଏହାକୁ ଦୁଷ୍ମର୍ମ ଅପରାଧ ପରିସରଭୁକ୍ତ କରାଯାଏ, ତେବେ ଏହାର ଅପବ୍ୟବହାର ହେବ ବୋଲି କହିଛି କେନ୍ଦ୍ର ।
ସ୍ୱାମୀ, ସ୍ତ୍ରୀ ଓ ବଳାତ୍କାର । କ’ଣ କହିଲେ କେନ୍ଦ୍ର ସରକାର ? ମାରିଟାଲ୍ ରେପ୍ ବା ବୈବାହିକ ବଳାତ୍କାର ଅଭିଯୋଗ ହେଲେ ଦୁଷ୍ମର୍ମ ମାମଲା ରୁଜୁ ହୋଇପାରିବ କି ନାହିଁ । ସ୍ୱାମୀ ବିରୋଧରେ ସ୍ତ୍ରୀ ଦୁଷ୍କର୍ମ ମାମଲା ଦାୟର କରିପାରିବ କି ନାହିଁ, ଏହାକୁ ଭାରତୀୟ ଆଇନ ବ୍ୟବସ୍ଥାରେ ଅପରାଧ ବୋଲି ଧରାଯିବ କି ନାହିଁ. ଏ ନେଇ ଚାଲିଛି ତର୍କ ବିତର୍କ । ଦିଲ୍ଲୀ ହାଇକୋର୍ଟରେ ଚାଲିଥିବା ଜନସ୍ୱାର୍ଥ ମାମଲାରେ ଏହା ବିରୋଧରେ ମତ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଲିଖିତ ଭାବେ ଜଣାଇଛନ୍ତି,
କେନ୍ଦ୍ର ସରକାରଙ୍କ ପକ୍ଷ
ଏହି ପ୍ରସଙ୍ଗରେ ଅନ୍ଧ ଭାବେ ପାଶ୍ଚାତ୍ୟ ଦେଶକୁ ଅନୁକରଣ କରିପାରିବନି ଭାରତ
ଭାରତର ସାମାଜିକ ବ୍ୟବସ୍ଥା, ଶିକ୍ଷା, ମହିଳାଙ୍କ ଆର୍ଥିକ ସ୍ଥିତି, ଦାରିଦ୍ର୍ୟ ଓ ବିବିଧତା ଆଦି ପାଶ୍ଚାତ୍ୟ ଦେଶଠାରୁ ଅଲଗା
କେତେବେଳେ ଶାରୀରିକ ସଂପର୍କ ରକ୍ଷା ପାଇଁ ସ୍ତ୍ରୀ ଅନୁମତି ପ୍ରତ୍ୟାହାର କରିବ, ତାହା ଯାଂଚ କରିବା ପାଇଁ ବ୍ୟବସ୍ଥା ନାହିଁ
ଯୌତୁକ ନିର୍ଯାତନା ମାମଲା ଆଇପିସି ଧାରା ୪୯୮ ଭଳି ଏହାର ଅପବ୍ୟବହାର ଆଶଙ୍କା ଅଧିକ
କେନ୍ଦ୍ର ସରକାର କହିଛନ୍ତି, ମାରିଟାଲ୍ ରେପ୍ ବା ସ୍ତ୍ରୀକୁ ସ୍ୱାମୀ ବଳାତ୍କାର, ଘରୋଇ ହିଂସା ଅଧୀନରେ ମାମଲା ହୋଇପାରିବ । ଯୌନଶୋଷଣ ପରିସରଭୁକ୍ତ ହୋଇ ମାମଲାର ବିଚାର ହୋଇପାରିବ । ଯଦି ଏହାକୁ ଦୁଷ୍ମର୍ମ ଅପରାଧ ପରିସରଭୁକ୍ତ ହେବ, ତେବେ ଏହାର ଅପବ୍ୟବହାର ହେବ ।
ସ୍ତ୍ରୀର ଅନିଚ୍ଛା ସତ୍ୱେ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ମାରିଟାଲ୍ ରେପ୍ କୁହାଯାଏ । ୧୩୦ଟି ଦେଶରେ ଏହାକୁ ଆଇନତଃ ଅପରାଧ ବୋଲି ଗ୍ରହଣ କରାଯାଇଛି । ତେବେ ଭାରତରେ ଏପର୍ଯ୍ୟନ୍ତ ଆଇନଗତ ଭାବେ ଅପରାଧ ବୋଲି ବିବେଚନା କରାଯାଇନାହିଁ । ଅନେକ ସାମାଜିକ ଅନୁଷ୍ଠାନ, ମହିଳା ଅଧିକାର କର୍ମୀ, ଏହାକୁ ଅପରାଧ ପର୍ଯ୍ୟାୟଭୂକ୍ତ କରିବାକୁ ଦାବି କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/vlcsnap-2022-01-29-20h15m42s773.png)