କନକ ବ୍ୟୁରୋ: ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ବିଏସଏନଏ ପକ୍ଷରୁ ଶ୍ରମିକଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟନେଲରେ ଫସିଥିବା ଶ୍ରମିକମାନେ ଯେପରି ନିଜ ପରିବାର ସହ କଥାବାର୍ତା ହୋଇପାରିବେ ସେଥିପାଇଁ ବିଏସଏନଏଲ ଏହି ସୁବିଧା ଯୋଗାଇ ଦେଇଛି । ଏକ ଛୋଟ ଲ୍ୟାଣ୍ଡଫୋନ୍ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଓ ଆଉଟଗୋଇଙ୍ଗର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ନେଟୱର୍କ ନଥିବାରୁ ନିକଟରେ ଏକ ଛୋଟ ଟେଲିଫୋନ୍ ଏକ୍ସଚେଂଜ ମଧ୍ୟ ସ୍ଥାପନ କରାଯାଇଛି । ଭୂସ୍ଖଳନ ପରେ ୧୫ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିରହିଛନ୍ତି ୪୧ଜଣ ଶ୍ରମିକ । ତେବେ ପରିବାର ଲୋକଙ୍କ ସହ କଥାବାର୍ତା କରି ତାଙ୍କର ମନୋବଳ ବଢାଇବା ପାଇଁ ଏହି ସୁବିଧା କରାଯାଇଛି ।

Advertisment

ସୁଡ଼ଙ୍ଗରେ କ’ଣ କରୁଛନ୍ତି ଶ୍ରମିକ?
- ଶ୍ରମିକଙ୍କୁ ଚାପମୁକ୍ତ ରଖିବାକୁ ପ୍ରୟାସ
- ସବୁଦିନ ଶ୍ରମିକଙ୍କ ସହ କଥା ହେଉଛନ୍ତି ଡାକ୍ତର
- ପରିବାର ସହ କଥା ହେବା ପାଇଁ କରାଗଲା ବ୍ୟବସ୍ଥା
- ସୁଡ଼ଙ୍ଗ ଭିତରକୁ ପଠାଗଲା ଲ୍ୟାଣ୍ଡଫୋନ୍
- ଶ୍ରମିକଙ୍କ ନିକଟକୁ କିଛି ମୋବାଇଲ ଫୋନ୍ ମଧ୍ୟ ପଠାଯାଇଛି
- ମୋବାଇଲ ଦ୍ୱାରା ଭିଡିଓ ଗେମ୍ ଖେଳି ମାନସିକ ଆଶ୍ୱସ୍ତ ରଖିବାକୁ ପ୍ର୍ରୟାସ
- ଲୁଡୋ ଓ ଅନ୍ୟ କିଛି ବୋର୍ଡ ଗେମ୍ ମଧ୍ୟ ପଠାଯାଇଛି
- କ୍ରିକେଟ ବ୍ୟାଟ୍ ବଲ ପହଂଚାଇବା ପାଇଁ ମଧ୍ୟ ବ୍ୟବସ୍ଥା
- ଯୋଗ କରି ମାନସିକ ଚାପରୁ ମୁକ୍ତ ରହିବାକୁ ପରାମର୍ଶ
- ଶ୍ରମିକଙ୍କ ସହ ଉଦ୍ଧାରକାରୀ ଦଳ ପ୍ରତିଦିନ ୩୦ ମିନିଟ୍ କଥା ହେଉଛନ୍ତି
- ପାଇପ ଜରିଆରେ ପଠାଯାଉଛି ଖାଦ୍ୟ, ପାଣି ଓ ଔଷଧ