ଓଡ଼ିଶାକୁ ନାହିଁ ବାତ୍ୟା ବିପଦ । ଉପକୂଳ ଛୁଇଁନପାରେ ବାତ୍ୟା, ୧୫୦ରୁ ୨୦୦ କିଲୋମିଟର ଦୂରରେ କରିପାରେ ରିକର୍ଭ ।

422

କନକ ବ୍ୟୁରୋ : ଓଡ଼ିଶାକୁ ନାହିଁ ବାତ୍ୟା ବିପଦ । ଏଭଳି ଆଶ୍ୱସନା ଦେଇଛନ୍ତି ଆଇଏମଡି ସାଇକ୍ଲୋନ ସେଣ୍ଟର ମୁଖ୍ୟ ଆରକେ ଜେନାମଣି । ତାଙ୍କ କହିବା କଥା ହେଲା, ଉପକୂଳ ଛୁଇଁନପାରେ ବାତ୍ୟା । ଏପରିକି ବାତ୍ୟା ସମୁଦ୍ର ମଧ୍ୟରେ ଉପକୂଳ ଠାରୁ ଦେଢ଼ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଥାଇ ରି-କର୍ଭ କରିବାର ସମ୍ଭାବନା ରହିଛି ।

ତେବେ ତାଜା ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ରଟି ଅବପାତର ରୂପ ନେଇ ସାରିଛି । ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ । ୧୦ ତାରିଖ ସଂଧ୍ୟା ଯାଏଁ ଏହା ଉତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ପରେ ଗତିପଥ ବଦଳାଇବ । ଉତର-ଉତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବ । ତେବେ ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ । ଏପରିକି ଏହା ଉପକୂଳ ଦେଇ ସମାନ୍ତରାଳ ଭାବେ ଗତି କରିପାରେ ।