କନକ ବ୍ୟୁରୋ : ତାଳଚେରରେ ପୁଣି ଦବିଲା ମାଟି । ତାଲଚେର ହାଣ୍ଡିଧୁଆଁ ସ୍ଥିତ ଏକ ଜମିରେ ମାଟି ଜମି ଯାଇଛି । ଧିରେ ଧିରେ ଅଧିକରୁ ଅଧିକ ମାଟି ଧସୁଥିବାରୁ ସ୍ଥାନୀୟବାସୀ ଭୟବିତ ହୋଇ ଯାଇଛନ୍ତି । ସ୍ଥିତି ବିପଳ ସଙ୍କୁଳ ଅବସ୍ଥାରେ ରହିଛି । ପୋଲିସ ସେହି ସ୍ଥାନରେ ପହଁଚି ମାଟି ଧସୁଥିବା ସ୍ଥାନକୁ ଘେରାଉ କରିଛି ।
ଲୋକମାନଙ୍କୁ ସେହି ସ୍ଥାନକୁ ଯିବାକୁ ମନା କରାଯାଇଛି । ପୋଲିସ ଓ ଏମସିଏଲ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଛି । ବାରମ୍ବାର ମାଟି ଧସିବା ଏବଂ ଘର ଦବିଯିବା ଭଳି ଘଟଣା ଘଟୁଥିଲେ ବି ପ୍ରଶାସନ ଏ ଦିଗରେ ସଠିକ ପଦକ୍ଷେପ ନେଇ ନଥିବା ଦାବି ହୋଇଛି । ଯାହାକୁ ନେଇ ତାଳଚେର-ଅନୁଗୋଳ ରାସ୍ତାକୁ ଗ୍ରାମବାସୀ ଅବରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/MATI-2.jpg)