କନକ ବ୍ୟୁରୋ: ବିଲୁପ୍ତ ପ୍ରଜାତି ବନ୍ୟଜନ୍ତୁ ସାଙ୍ଗକୁ ଜଳକ୍ରୀଡା ପାଇଁ ସଜେଇ ହୋଇଛି ଲଣ୍ଡା ପାହାଡ଼ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପାହାଡର ମନରୋମ ଦୃଶ୍ୟ । କେହି ବି ଦିନେ ଚିନ୍ତା କରିନଥିଲେ ଦିନେ ଏହି ଲଣ୍ଡା ପାହାଡ଼ ସାତ ରଙ୍ଗରେ ସଜେଇ ହୋଇ ସମସ୍ତଙ୍କୁ ଆକର୍ଷିତ କରିବ । ।

ସଜେଇ ହୋଇଛି ଲଣ୍ଡା ପାହାଡ଼ । ପାହାଡ଼ ଉପରେ ଚାଲିଛି ଜଳକ୍ରୀଡ଼ା । କୋରାପୁଟ ଜିଲ୍ଳା ବୋରିଗୁମ୍ମା ବ୍ଳକର ଜାତୀୟ ରାଜପଥ କଡ଼ରେ ରହିଛି ଲଣ୍ଡା ପାହାଡ । ଏବେ ଏହି ପାହାଡର ନାମ ବଦଳି ଯାଇଛି । ଜଳକ୍ରୀଡା ପାଇଁ ପାହାଡ ଉପରେ ପର୍ଯ୍ୟଟକଙ୍କ ଭିଡ ଲାଗୁଥିବା ବେଳେ ଏହାକୁ ଜୁରାସିକ ପାର୍କ ବୋଲି କୁହାଯାଉଛି ।

ପଂଚାୟତ ଦ୍ୱାରା ପରିଚାଳତ ଲଣ୍ଡା ପାହାଡକୁ ସଜେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସମସ୍ତଙ୍କୁ ଭରପୁର ମନୋରଞ୍ଜନର ଖୋରାକ୍ ଯୋଗାଉଥିବା ଏହି ସ୍ଥାନଟି ସ୍ଥାନୀୟ ଅଞ୍ଚଳର ଯୁବପିଢିଙ୍କୁ ରୋଜଗାର ଦେଉଛି । ଏହି ପର୍ଯ୍ୟଟନ ସ୍ଥଳ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପ୍ରକୃତିର ପାହାଡ଼କୁ ସଜାଡ଼ି ଲୋକାଭିମୁଖୀ କରାଯାଇଛି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ଏହି ସ୍ଥାନର ରକ୍ଷଣାବେକ୍ଷଣ କରିବା ।