ହିମାଚଳ ପ୍ରଦେଶରେ ହୋଲି ଉତ୍ସବ ବେଳେ ଧସିଲା ପାହାଡ । ୨ ମୃତ, ଏକାଧିକ ଆହତ ।

Advertisment
ହିମାଚଳ ପ୍ରଦେଶରେ ହୋଲି ଉତ୍ସବ ବେଳେ ଧସିଲା ପାହାଡ । ୨ ମୃତ, ଏକାଧିକ ଆହତ ।

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ଆଜି ହୋଲି ଉତ୍ସବ ‘ହୋଲା ମୋହଲ୍ଲା’ ସମୟରେ ବଡ ଅଘଟଣ ଘଟିଛି । ଉନା ଜିଲ୍ଲାର ଆମ୍ବ ଉପଖଣ୍ଡର ମେଡିରେ ଭୂସ୍ଖଳନ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୭ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୋଲା ମୋହଲ୍ଲା ଉତ୍ସବ ଚାଲିଥିବାବେଳେ ଏଠାରେ ହାଠାତ୍ ପାହାଡ ଧସିଥିଲା ।

ହୋଲି ପାଇଁ ଭୋର ପ୍ରାୟ ୫ଟାରେ ଆମ୍ବର ମେଡି ମେଳା ସେକ୍ଟର ନଂ ୫ ଚରଣ ଗଙ୍ଗାରେ ଶ୍ରଦ୍ଧାଳୁମାନେ ପବିତ୍ର ଝରଣାରେ ସ୍ନାନ କରୁଥିଲେ। ଏହି ସମୟରେ ହଠାତ୍ ପାହାଡ଼ରୁ ପଥର ଖସିବାକୁ ଲାଗିଥିଲା। ପଥର ଖସିବା ଦେଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହେବାରୁ ଚରଣ ଗଙ୍ଗାରେ ଗାଧୋଉଥିବା ଷ୍ରଦ୍ଧାଳୁ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲ ଆମ୍ବକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନା ଆଞ୍ଚଳିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe