କନକ ବ୍ୟୁରୋ: ଭୁବନେଶ୍ୱରରେ ଜମି କେଳେଙ୍କାରୀ। ୧୮ ବର୍ଷ ହେଲା ରାଜଧାନୀର ଛାତି ଉପରେ ଏହି ଅନିୟମିତତା ଚାଲିଥିଲେ ବି ସମସ୍ତେ ହାତବାନ୍ଧି ବସିଛନ୍ତି। ଭୁବନେଶ୍ବର ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଦେଶର ଜଣାଶୁଣା ରିୟଲ ଇଷ୍ଟେଟ କମ୍ପାନୀ ଡିଏଲଏଫ ଏକର ପ୍ରତି ୮୦ ଲକ୍ଷ ଟଂକାରେ ହାତେଇ ଥିବା ଜମିର ମୂଲ୍ୟ ଆଜିର ଦିନରେ ଏକର ପ୍ରତି ୩୦ କୋଟିରେ ପହଞ୍ଚିଛି।
ସେତେବେଳର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ନୋଟିଫିକେସନକୁ ପରିବର୍ତ୍ତନ କରି ଏବେ ସେଠାରେ ରେସିଡେନସିଆଲ କମ୍ପେକ୍ଲ ନିର୍ମାଣ କରିବାକୁ ଉଦ୍ୟମ ଚାଲିଛି। ଫାଇନକୁ ମିଶାଇ ଏବେ ଏହି ଜମିର ମୂଲ୍ୟ ୨୪ ଶହ କୋଟିରୁ ଅଧିକ ଟଙ୍କା। ଆଇଟି ପାର୍କ ପାଇଁ ଉଦ୍ଦିଷ୍ଟ ଏହି ଜମିରେ ରେସିଡେନସିଆଲ କମ୍ପେକ୍ଲ କରି ହଜାର ହଜାର କୋଟିର ମୁନାଫା କମାଇବାକୁ ଯୋଜନା କରିଛି ଡିଏଲଏଫ୍। ଆଉ ଏହି ମହାଘୋଟାଲାର ଖୁଲାସା କରିଛି କନକ ନ୍ୟୁଜ୍।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/6-7.jpg)