କନକ ବ୍ୟୁରୋ : ମହାକାଳପଡାରେ ଶିଳ୍ପ ସ୍ଥାପନ ପାଇଁ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । କିନ୍ତୁ ପ୍ରସ୍ତାବିତ ପ୍ରକଳ୍ପ ମହାକାଳପଡା ବ୍ଲକର ଯେଉଁ ଅଂଚଳରେ ହେବାକୁ ଯୋଜନା ହୋଇଛିି, ସେହି ଅଂଚଳରେ ବଂଗୀୟ ଶରଣାର୍ଥୀଙ୍କ ଜମି ପଟ୍ଟାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ଗୋଟିଏ ପଟେ ବଂଗୀୟ ଶରଣାର୍ଥୀଙ୍କୁ ପୁଣି ଥରେ କେ-୨ ଜମି ପଟ୍ଟା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ କ୍ଲିନଚିଟ୍ ଦେଇଛନ୍ତି । କିନ୍ତୁ ଅନ୍ୟପଟେ ଏହାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛି ।

Advertisment

ଉଭୟ ପକ୍ଷ ଅଲଗା ଅଲଗା ବୈଠକ କରିଛନ୍ତି । ଗୋଟିଏ ଗୋଷ୍ଠୀ ଖରନାସୀ ବାତ୍ୟା ଆଶ୍ରୟସ୍ଥଳୀରେ ବୈଠକ କରିଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ସ୍ଥାନୀୟ କାଳିବାଡିରେ ବୈଠକ କରିଛନ୍ତି । ସପକ୍ଷବାଦୀମାନେ ଜିଲ୍ଳାପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିଥିବାବେଳେ ବିପକ୍ଷବାଦୀମାନେ ସମସ୍ୟାର ସମାଧାନ ହୋଇନଥିବା କହିଛନ୍ତି ।

ପୂର୍ବରୁ ରାଜ୍ୟ ସରକାର ବଂଗୀୟ ଶରଣାର୍ଥୀଙ୍କ କେ-୨ ପଟ୍ଟ ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ୨୦୧୨ରେ ଅନଲାଇନ ବ୍ୟବସ୍ଥା ହେବା ପରେ ଦିଆଯାଇଥିବା ଜମିକୁ ଜଂଗଲ ଜମି ଦର୍ଶାଇ ସେମାନଙ୍କଠାରୁ ଆଉ ଖଜଣା ନେଇନଥିଲେ ସରକାର । ଯାହାକୁ ନେଇ ସେମାନେ ଆତଙ୍କିତ ହୋଇପଡିଥିଲେ । ଆଉ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।