ଗୋପାଳପୁରରେ ଟାଟା ପ୍ରକଳ୍ପ ପାଇଁ ନେଇଥିବା ଜମିରୁ ୨ ଶହ ଏକର ଫେରିପାଇବେ ଜମି ମାଲିକ। କ୍ୟାବିନେଟରେ ରାଜ୍ୟ ସରକାରଙ୍କ ନିଷ୍ପତି ପରେ ଉଠିଲା ପ୍ରଶ୍ନ।

164

କନକ ବ୍ୟୁରୋ: ଟାଟ ଷ୍ଟିଲ କଲାନି ପ୍ରକଳ୍ପ, ସରକାର ଫେରାଇବେ ଜମି । ତେବେ ପ୍ରଶ୍ନ ଉଠୁଛି ଅବଶିଷ୍ଟ ଜମି କଣ କରୁଛି ଟାଟା? ଗଞ୍ଜାମର କାଳିପଲ୍ଲୀ ମୌଜାରେ ଟାଟା ଷ୍ଟିଲ ପାଇଁ ଅଧିକୃତ ଜମିକୁ ଫେରିପାଇବେ  ଜମିମାଲିକ ଓ ସେମାନଙ୍କ ଉତ୍ତରାଧିକାରୀ ।  ପ୍ରକଳ୍ପ ନ ହେବାରୁ ଏଠାରେ ୨୦୬ ଏକରରୁ ଅଧିକ ଜମି ବ୍ୟବହୃତ ନ ହୋଇ ପଡିରହିଥିଲା । ଟାଟା ଇସ୍ପାତ ପ୍ରକଳ୍ପ ପାଇଁ ଏହି ଜମିକୁ ୧୯୯୬ ମସିହାରେ ଇଡକୋ ପକ୍ଷରୁ ଅଧିଗ୍ରହଣ କରାଯାଇଥିଲା । ପ୍ରକଳ୍ପ ତ ହେଲାନି, କିନ୍ତୁ ଏହି ଜମି ଆଉ ଆବଶ୍ୟକ ନୁହେଁ ବୋଲି ଦର୍ଶାଇଥିଲେ କମ୍ପାନୀ କର୍ତୃପକ୍ଷ । ଏହା ପରେ ଜମି ଫେରସ୍ତ ପାଇଁ ଜୋରଦାର ଦାବି ଉଠିଥିଲା । ବର୍ତମାନ ସରକାର ଜମି ଫେରାଇବେ । ଏହାସହ ଜମି ମାଲିକଙ୍କୁ କ୍ଷତିପୂରଣ ରାଶି ବି ଫେରାଇବାକୁ ପଡିବ ନାହିଁ ।

୧୯୯୬  ଗଞ୍ଜାମ ଛତ୍ରପୁରରେ ଟାଟା ଷ୍ଟିଲ ଲିମିଟେଡ ଇସ୍ପାତ କାରଖାନା କରିବାକୁ  ନିଷ୍ପତି ହୋଇଥିଲା 

-୧୯୯୬ ମସିହାରେ ଇସ୍ପାତ କାରଖାନା ପାଇଁ ୪୦୦୦ ଏକର ଜମି ଅଧିଗ୍ରହଣ ହୋଇଥିଲା

-ବର୍ଷ ବର୍ଷ ଧରି କୌଣସି ଇସ୍ପାତ କାରଖାନା ହେଲାନାହିଁ

-ପରେ ଏଠାରେ ଶିଳ୍ପାଞ୍ଚଳ ପାର୍କ ପାଇଁ ନିଷ୍ପତି ହୋଇଥିଲା

-ଏବେ କେବଳ ୨୯ଶହ ୭୦ ଏକର ଜମିରେ  ପାଚେରୀ ହୋଇଛି 

-ଏଠାରେ ୫ରୁ ୬ କମ୍ପାନୀ କାରଖାନା କରିଛନ୍ତି 

ଏଠାରେ ଏବେ ଦୀପକ ଫର୍ଟିଲାଇଜର କାରଖାନା ହେବାକୁ ଥିବାବେଳେ କାଳିପଲ୍ଲୀ ଲୋକେ ଏହାକୁ ବିରୋଧ କରୁଥିଲେ । ସୀମା ନିର୍ଦ୍ଧାରଣ ପାଇଁ ଦାବି କରୁଥିଲେ । ଏହାପରେ ଜମି ଫେରାଇବାକୁ ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।  ବର୍ତମାନ ସେହି ଜମି ଚାଷ ଉପଯୋଗୀ ନୁହେଁ ଓ ଦୀପକ ଫର୍ଟିଲାଇଜରକୁ ବିରୋଧ ଜାରି ରହିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଏହାକୁ ନେଇ ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଛି । କେବଳ କାଳିପଲ୍ଲୀ ନୁହେଁ, ଉପୁଲାପଟିର  ବି ପ୍ରାୟ ୭୭୧ ଏକର ଜମି ଫେରାଇବା ପାଇଁ  ଦାବି ହୋଇଥିଲା ।  ଏହା ଉପରେ ସରକାର କି ପଦ କ୍ଷପ ନେଉଛନ୍ତି  ତା ଉପରେ ସମସ୍ତଙ୍କ ନଜର ରହିଛି ।