କନକ ବ୍ୟୁରୋ : ଜମି ଯୋଗାଇଦେବା ନାଁରେ ଲୋକଙ୍କୁ ଠକୁଛନ୍ତି ଫ୍ରଡ଼ ବିଲଡର ବାବୁ । ଗୋଟିଏ ଜାଗା ଲୋକଙ୍କୁ ଦେବାକୁ କହୁଛନ୍ତି । ଲୋକଙ୍କ ଠାରୁ ଟଙ୍କା ନେବା ପରେ ଅନ୍ୟ ଏକ ସ୍ଥାନରେ ଘର କରିବାକୁ କହୁଛନ୍ତି ବିଲଡର । ଜମି ଠକେଇ ନେଇ ଏପରି ଅଭିଯୋଗ ଆସିଛି ଭୁବନେଶ୍ୱରରୁ ।
ମା’ କମଳା ବିଲଡରର ମାଲିକ ସୁକାନ୍ତ ନାୟକଙ୍କ ନାଁରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଠକାମୀର ଶିକାର ହୋଇଥିବା ସାଲିଆ ସାହି ଅଂଚଳର ଅନେକ ମହିଳା ଓ ପୁରୁଷ ଥାନାରେ ବିଲଡରଙ୍କ ନାଁରେ ଏତଲା କରିଛନ୍ତି । ସେପଟେ ବିଲଡଡର କହିବା କଥା ହେଲା ମୋତେ ଷଡ଼ଯନ୍ତ୍ର କରି ଫସାଇବା ପାଇଁ ଚେଷ୍ଟା କରାଯାଉଛି । ମୁଁ ସେମାନଙ୍କ ଠାରୁ ଟଙ୍କା ନେଇ ଜମି ଦେଇଛି । ମୋତେ ଧମକ ଚମକ କରିବାରୁ ମୁଁ ପୋଲିସ ସହାୟତା ନେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/28-10.jpg)