କନକ ବ୍ୟୁରୋ : ଜମିବାଡି ବିବାଦରୁ ଗାଁରେ ବୁଲିଲା ଖଣ୍ଡା । ଜଣେ ଯୁବକ ହାତରେ ଖଣ୍ଡା ଧରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିବା ବେଳେ ଆଉ ଦୁଇ ଜଣ ବ୍ୟକ୍ତି ଶାବଳ ସାହାଯ୍ୟରେ ପାଚେରୀ ଭାଙ୍ଗିଛନ୍ତି । ଦୁଇ ପଡୋଶୀଙ୍କ ମଧ୍ୟରେ ବିବାଦ ଘଟଣାରେ ୪ ଜଣ ଆହତ ହୋଇଛନ୍ତି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାସୁଦେବପୁର ଗାଁରେ ଖଣ୍ଡା ବୁଲିବା ଭିଡିଓ ଏବ ସୋସିଆଲ ମିଡିଆ ଘୁରି ବୁଲୁଛି । ଏହି ଭିଡିଓ ଭାଇରାଲ ହେବା ପରେ ତିଗିରିଆ ଥାନାରେ ଏତଲା ଦିଆଯାଇଛି ।ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Advertisment

ବାସୁଦେବପୁର ଗାଁର ଭରତ ପ୍ରଧାନ ଓ ଦାଶରଥୀ ପ୍ରଧାନ, ଦୁଇ ପଡୋଶୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଘର ଆଗରେ ପାଚେରୀ ଓ ନିଅଁ ଖୋଳାକୁ ନେଇ ବିବାଦ ଲାଗି ରହିଛି । ଦାଶରଥୀ ପ୍ରଧାନଙ୍କ ପରିବାର ପକ୍ଷରୁ ପାଚେରୀ ଭଙ୍ଗା ଓ ଖଣ୍ଡା ବୁଲିଛିା ଯାହାକୁ ନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।