ପସ୍କୋ ଜମି ନେବ ଜେଏସଡବ୍ଲୁ ! ଲାଗିବ ୨୫ ହଜାପ କୋଟି ଟଙ୍କା, ତିଆରି ହେବ ମେଗା ଷ୍ଟିଲ ପ୍ଲାଣ୍ଟ ।

Advertisment
ପସ୍କୋ ଜମି ନେବ ଜେଏସଡବ୍ଲୁ ! ଲାଗିବ ୨୫ ହଜାପ କୋଟି ଟଙ୍କା, ତିଆରି ହେବ ମେଗା ଷ୍ଟିଲ ପ୍ଲାଣ୍ଟ ।

incredibleorissa.com

ରାଜ୍ୟରେ ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିବା ସଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲୁ ଷ୍ଟିଲକୁ ଓଡ଼ିଶା ସରକାର ଜମି ଆବଣ୍ଟନ କରିଛନ୍ତି। ପୋସ୍କୋ ପାଇଁ ଜଗତସିଂହପୁରରେ ଅଧିଗ୍ରହଣ କରାଯାଇଥିବା ଜମି ଜେଏସଡବ୍ଲୁ କୁ ପ୍ରଦାନ କରାଯାଇଥିବା କୁହାଯାଉଛି। ଜେଏସଡବ୍ଲୁ ଏହାର ପ୍ରକଳ୍ପ ପାଇଁ ୨୯୦୦ ଏକର ଜମି ମାଗିଥିଲା।

ଜଗତସିଂହପୁରରେ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ପୋସ୍କୋ ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିଲା। ମାତ୍ର ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେବାରୁ ସେହି ପ୍ରକଳ୍ପ ଉପରେ କଂପାନି ବିଶେଷ ଗୁରୁତ୍ବ ଦେଇନଥିଲା। ତେବେ, ଆଜି ପର‌୍ୟ୍ୟନ୍ତ ପୋସ୍କୋ ଏହା କହିନାହିଁ ଯେ, ଓଡ଼ିଶା ପ୍ରକଳ୍ପକୁ ସମ୍ପୂର୍ଣ୍ଣ ରଦ୍ଦ କରାଗଲା। ଏହା କେବଳ ପ୍ରକଳ୍ପକୁ ସାମୟିକ ସମୟ ପାଇଁ ବାତିଲ କରିଛି। ଯଦି ପୋସ୍କୋର ଜମି ଜେଏସଡବ୍ଲୁକୁ ପ୍ରଦାନ କରାଯାଇଥିବ ତେବେ ପୋସ୍କୋ ପ୍ରକଳ୍ପ ପ୍ରତ୍ୟାହୃତ ହୋଇଗଲା ବୋଲି ଧରିନିଆଯିବ। ଏବେବି ପୋସ୍କୋର ଏକ ଅଫିସ୍ ଫର୍ଚୁନ୍ ଟାୱାର ଗ୍ରାଉଣ୍ଡ୍ ଫ୍ଲୋର୍ରେ ରହିଛି। ଓଡ଼ିଶାରେ ଏକ ବୃହତ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ ଜେଏସଡବ୍ଲୁ ୨୦୧୬ରେ ପ୍ରସ୍ତାବ ଦେଇଥିଲା ବୋଲି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି। ଶ୍ରୀ ଚୋପ୍ରା କହିଛନ୍ତି ଯେ ଜେଏସଡବ୍ଲୁକୁ ଜମି ଯୋଗାଇ ଦିଆଯାଇଛି। ଏବେ କଂପାନି ଭାରତ ସରକାରଙ୍କଠାରୁ ବିଭିନ୍ନ ପ୍ରକାର ମଞ୍ଜୁରି ଯଥା ଜଙ୍ଗଲ ଓ ପରିବେଶ ମଞ୍ଜୁରି ହାସଲ କରିବାକୁ ଉଦ୍ୟମ କରିବ ବୋଲି ସେ କହିଛନ୍ତି। ଚେନ୍ନାଇଠାରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’ ପାଇଁ ଆୟୋଜନ କରାଯାଇଥିବା ରୋଡ୍ ସୋ’ ଅବସରରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଓ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉପସ୍ଥିତ ଥିଲେ।
ଗୋ-ସ୍ପିଫ୍ଟ ଜରିଆରେ ଆସିଥିବା କ୍ଷୁଦ୍ର ଓ ମଧ୍ୟମ ଧରଣ ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହୋଇସାରିଲାଣି ବୋଲି ଶ୍ରୀ ଚୋପ୍ରା ସୂଚନା ଦେଇଛନ୍ତି। ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣର ଚଳିତ ବର୍ଷ ନଭେମ୍ବର ୧୧ରୁ ୧୫ ପର‌୍ୟ୍ୟନ୍ତ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ।

publive-image

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ୧୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବା ପାଇଁ ଜେଏସଡବ୍ଲୁ ପ୍ରସ୍ତାବ ଦେଇଥିଲା। ଏଥି ସହିତ ଜଟାଧାରୀ ମୁହାଣରେ ଏକ କ୍ୟାପଟିଭ୍ ବନ୍ଦର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଥିଲା। ବନ୍ଦର ପ୍ରକଳ୍ପ ପ୍ରତି ରାଜ୍ୟ ସରକାର ଆଗ୍ରହ ଦେଖାଇନଥିଲେ। ଓଡ଼ିଶା ପାଇଁ ଜେଏସଡବ୍ଲୁ ବଡ଼ ଯୋଜନା ରଖିଛି। ଏହା ଇସ୍ପାତ କାରଖାନା ସହିତ ୯୦୦ ମେଗାୱାଟ୍ର ପାୱାର ପ୍ଲାଣ୍ଟ୍, ୩୨ ନିୟୁତ ଟନର ପେଲେଟ୍ କାରଖାନା ଓ ଏକ ସ୍ଲରି ପାଇପ୍ ଲାଇନ୍ ସ୍ଥାପନ କରିବାକୁ ଚାହୁଛି। ଏସବୁ ପ୍ରକଳ୍ପରେ କଂପାନି ୫୫,୦୦୦ କୋଟିରୁ ଅଧିକ ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ପ୍ରକଳ୍ପଗୁଡ଼ିକୁ ସ୍ଥାପନ କରିବା ପାଇଁ କଂପାନି ରାଜ୍ୟ ସରକାରଙ୍କୁ ୨୯୦୦ ଏକର ଜମି ମାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe