କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହରକୁ କେମିତି କରାଯିବ ମୁକାବିଲା । ଏ ନେଇ ପରାମର୍ଶ ଦେଇଛି ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ । ଆସନ୍ତା ୨ ମାସ ପାଇଁ ସମସ୍ତ ରୁଦ୍ଧ ଦ୍ୱାର ବୈଠକ, ଉତ୍ସବ ଓ ଭିଡ଼କୁ ବନ୍ଦ କରିବାକୁ କହିଛି ପତ୍ରିକା । ବର୍ତମାନ ବାୟୁ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣ ନେଇ ପତ୍ରିକା ଚେତାଇବା ପରେ ବନ୍ଦ କୋଠରୀରେ ହେଉଥିବା ଜନ ସମାଗମକୁ ବନ୍ଦ କରିବାକୁ ପରାମର୍ଶ ଦେଇଛି ।
ବନ୍ଦ କୋଠରୀରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି କି?
ତେବେ ସତର୍କ ରୁହନ୍ତୁ, ନହେଲେ ହୋଇପାରନ୍ତି ସଂକ୍ରମିତ
କରୋନା ଭୂତାଣୁ ପବନରେ ବ୍ୟାପିବା ନେଇ ଲାନସେଟ୍ ମେଡିକାଲ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇବା ପରେ, ଏବେ ବନ୍ଦ କୋଠରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପରାମର୍ଶ ଦେଇଛି । ଲାନ୍ସେଟ୍ ଇଣ୍ଡିଆ କୋଭିଡ୍-୧୯ ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି, ବାୟୁ ଚଳାଚଳ ହୋଇ ପାରୁନଥିବା ବନ୍ଦ କୋଠରୀରେ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିବ । ଏଭଳି ଭିଡ ଓ ଗହଳି ସ୍ଥାନରୁ ଦୂରେଇ ରହିବାକୁ ଚେତାଇ ଦେଇଛି ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ୍ ।
ସଂକ୍ରମଣ ରୋକିବାକୁ ଲାନସେଟର ପରାମର୍ଶ
- ଲୋକ ଗହଳି ହେଉଥିବା ଉତ୍ସବ, କାର୍ଯ୍ୟକ୍ରମକୁ ବନ୍ଦ କରାଯାଉ
- ଆସନ୍ତା ୨ ମାସ ପାଇଁ ରୁଦ୍ଧଦ୍ୱାର କାର୍ଯ୍ୟକ୍ରମକୁ ବାତିଲ କରାଯାଉ
- ୧୦ରୁ ଅଧିକ ଲୋକଙ୍କ ଗହଳି ଉପରେ ଲଗାଯାଉ କଟକଣା
- ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ନିଆଯାଉ ନିଷ୍ପତି
- ସମସ୍ତ ସିନେମା ହଲ, କ୍ରୀଡା ଆୟୋଜନ, ଇନଡୋର ଷ୍ଟାଡିୟମକୁ ବନ୍ଦ କରାଯାଉ
ଲାନସେଟ୍ ପତ୍ରିକାର କୋଭିଡ ୧୯ କମିଶନର ଇଣ୍ଡିଆ ଟାସ୍କ ଫୋର୍ସ ପରାମର୍ଶ ଦେଇ କହିଛନ୍ତି, ଅତି କମରେ ୨ ମାସ ପାଇଁ ବନ୍ଦ କୋଠରୀରେ ହେଉଥିବା ଭିଡକୁ ସାମୟିକ ଭାବେ ବନ୍ଦ କରାଯାଉ । ଏପ୍ରିଲ ଓ ମେ’ ମାସ ପାଇଁ ସମସ୍ତ ସାମାଜିକ, ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ, ବିବାହ ଉତ୍ସବ, କ୍ରୀଡାଉତ୍ସବକୁ ଆଦିକୁ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛିି ।
ସେପଟେ ଦ୍ୱିତୀୟ ଲହରରେ ସଂକ୍ରମଣ ଅଧିକ ବେଗରେ ବ୍ୟାପୁଥିବାରୁ ଚିନ୍ତା ବଢ଼ିଯାଇଛି । କିପରି ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବ, ଏ ନେଇ କଡ଼ା ଆଭିମୁଖ୍ୟ ଆପଣାଉଛନ୍ତି ସରକାର । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁମାନେ ଛତିଶଗଡ଼ରୁ ସଂକ୍ରମିତ ହୋଇ ଆସିଛନ୍ତି, ଜଣଙ୍କ ଠାରୁ ପ୍ରାୟ ୩୦ ଜଣ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ଅଂଚଳରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି । ସେହିପରି କୌଣସି ବନ୍ଦ କୋଠରୀରେ ଅଧିକ ଲୋକ ଏକାଠି ହେଉଥିଲେ ସେହି କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ନେଇ ପରାମର୍ଶ ଦେଇଛି ଲାନସେଟ୍ ପତ୍ରିକା । କଂଟାକ୍ଟ ଟ୍ରେସିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/19-17.jpg)