କୋଭିଡ ରହିବ କିନ୍ତୁ ମହାମାରୀ ରୂପରେ ନୁହେଁ, ଲାନସେଟର ରିପୋର୍ଟ ଆଣିଲା ଖୁସିଖବର ।

133

କନକ ବ୍ୟୁରୋ : ଦେଶରେ କୋଭିଡର ତୃତୀୟ ଲହର ଜାରି ରହିଥିବା ବେଳେ ଏହା ଏତେଟା ଗୁରୁତର ନାହିଁ । କିନ୍ତୁ ଏହା ପରଠାରୁ ହୁଏତ କୋଭିଡ୍ ଭୂତାଣୁ ରହିପାରେ, କିନ୍ତୁ ମହାମାରୀ ରୂପରେ ନୁହେଁ । ଏହା ସହିତ ଲକଡାଉନ, ସଟଡାଉନ, ନାଇଟକର୍ଫ୍ୟୁ ମଧ୍ୟ ବନ୍ଦ ହୋଇଯିବ । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ମେଡିକାଲ ଜର୍ଣ୍ଣାଲ ଲାନସେଟ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଏଭଳି ତଥ୍ୟ ମିଳିଛି ।

କୋଭିଡ୍ ଭୂତାଣୁ କିନ୍ତୁ ଘୁରି ବୁଲୁଥିବ, ଟିକାର ପ୍ରଭାବରେ କମୁଥିବ, ଗୋଟିଏ ଗୋଟିଏ ସିଜନରେ କୋଭିଡର ପ୍ରଭାବ ଅନୁଭୂତ ହେବ । ସବୁଠାରୁ ଅଧିକ ପ୍ରଭାବ ଶୀତଦିନରେ ଅନୁଭୂତ ହେବ । କିନ୍ତୁ ଭୂତାଣୁ ତାର ପ୍ରଭାବ ହରାଇବ । ମେଡିକାଲ ଜର୍ଣ୍ଣାଲ ଲାନସେଟର ଅନୁଧ୍ୟାନରୁ ଅନେକ ଆଶ୍ୱସ୍ତି କଲାଭଳି ତଥ୍ୟ ପ୍ରକାଶ ପାଇଛି । ଭୂତାଣୁର ପ୍ରଭାବ ଧୀରେ ଧୀରେ ଲୋକଙ୍କ ଉପରେ କମିବ । କାରଣ ବହୁ ସଂଖ୍ୟାରେ ଲୋକ ଏହା ଭିତରେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଯାଇଛନ୍ତି ଏବଂ ଟିକା ନେଇଛନ୍ତି । କୁହାଯାଉଛି, ଏହି ପ୍ରତିଷେଧକ ବ୍ୟବସ୍ଥା, କରୋନା ଭୂତାଣୁକୁ ଅଧିକ ସଂକ୍ରମିତ କରିବାର ସୁଯୋଗ ଦେବନି । ଆଗକୁ ଭଲ କ୍ୱାଲିଟିର ମାସ୍କ ଓ ସାମାଜିକ ଦୂରତା କୋଭିଡ ଲହର ସମୟରେ ମଣିଷକୁ ସୁରକ୍ଷା ଦେବ ।